csstore

ପରିବହନ ପ୍ରାପ୍ୟ ନମିଳିବାରୁ ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବହନ ପ୍ରାପ୍ୟ ନମିଳିବାରୁ ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମଳିଛି । ସେମାନଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଟ୍ରକ୍‌ ଚାଉଳ ପରିବହନରେ ବ୍ୟବହୃତ ହୋଇଥିଲା । ସଂପୃକ୍ତ ପରିବହନର ଭଡ଼ା ସମ୍ବନ୍ଧୀୟ ପାଉଣା ହାରାହାରି ସାତ ଲକ୍ଷ ୫୦ ହଜାର ଟଙ୍କା ଭବାନୀପାଟଣା ନିବାସୀ ସନତ କୁମାର ପଧାନ ଏବଂ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିବାସୀ ନିରଂଜନ ଶତପଥୀ ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନଙ୍କୁ ଗତ ୨୦୨୨ ମସିହାରୁ ଆଜି ଦେବି କାଲି ଦେବି କହି ଠକି ଚାଲିଛନ୍ତି । ଏପରିକି ଫୋନ୍‌ କରି ପାଉଣା ପାଇଁ ଅନୁରୋଧ କଲେ ଓଲଟା ଗାଳିଗୁଲଜ୍‌ କରି ଧମକ୍‌ ଚମକ୍‌ ଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନେ । ତେବେ ଏହି ଘଟଣାକୁ ନେଇ ପରିବହନ ପ୍ରାପ୍ୟ ନମିଳିବାରୁ ସଂପୃକ୍ତ ଆସୋସିଏସନ୍‌ର ସଭ୍ୟମାନେ ନ୍ୟାୟ ପାଇଁ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

jayashree
Leave A Reply

Your email address will not be published.