ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତାଦିବସ ସମାରୋହରେ ‘ସମ୍ମାନିତ ଅତିଥି’ଭାବରେ ଯୋଗ ଦେଇଛନ୍ତି । ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଥମ ବିଦେଶୀ ନେତା ଯାହାଙ୍କୁ ରାଷ୍ଟ୍ରପତି ମୁଇଜୁ ଆତିଥ୍ୟ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ସହରିପବ୍ଲିକ୍ ସ୍କୋୟାରଠାରେ ସ୍ୱାଧୀନତା ଦିବସ ପରେଡ୍ ଦେଖିଥିଲେ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ଜନସାଧାରଣ ଏବଂ ସରକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଏହି ଉତ୍ସବରେ ମାଳଦ୍ୱୀପର ଜାତୀୟ ପ୍ରତିରକ୍ଷା ବାହିନୀ ଏବଂ ଅନ୍ୟାନ୍ୟ ସ୍ଥାନୀୟ ୟୁନିଟ୍ ଦ୍ୱାରା ଚିତ୍ତାକର୍ଷକପରେଡ୍ ପ୍ରଦର୍ଶିତ ହୋଇଥିଲା । ଏକ ଆଧୁନିକ ରାଷ୍ଟ୍ର ଭାବରେ ମାଳଦ୍ୱୀପର ସଫଳତା ଉପରେ ଆଧାରିତ ସାଂସ୍କୃତିକ ପ୍ରଦର୍ଶନର ଏକ ଧାରାବାହିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ମୁଇଜୁ ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ସେମାନଙ୍କ ସାଦର ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଥିଲେ । ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ଭାବରେ ତାଙ୍କର ଯୋଗଦାନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ । ୨୦୨୫ରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ କୂଟନୀତିକ ସମ୍ପର୍କ ସ୍ଥାପନର ୬୦ବର୍ଷ ପୂର୍ତ୍ତିମଧ୍ୟ ପାଳନକରାଯାଉଛି ।