csstore

ସଂରକ୍ଷଣ ଦିବସ ଅବସରରେ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ମଞ୍ଚ ବଲାଙ୍ଗିର ତରଫରୁ ସଂରକ୍ଷଣ ଦିବସ ପାଳନ । ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ତରଫରୁ ସଂରକ୍ଷଣ ଦିବସ ମଞ୍ଚର ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂରକ୍ଷଣର ଜନକ ଶାହୁଜୀ ମହାରାଜା ଏବଂ ଡ. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ରାଜ୍ୟ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଳ, ଜିଲ୍ଲା ଓବିସି ମଞ୍ଚ ଉପସଭାପତି କିଶୋର ସାଏ, ମନୋରଞ୍ଜନ ସାହୁ, ଟଙ୍କଧର ଗଡତ୍ୟା, ତରଣୀସେନ ଦିପ, ହିମାଂଶୁ ବିଭାର, ଦଣ୍ଡୁଆ କୁମ୍ଭାର, ବେଲାର ସିଂ ଭୋଇ, କୁନାଲ ଗହିର, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସୁଜିତ କୁମାର କରଣ, ସୁବାସିନୀ ସାହୁ ଓ ଅନନ୍ୟା ମହିଳାମାନେ ଉପସ୍ଥିତ ଥିଲେ । ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.