pakka

ଚଙ୍ଗରିଆରେ ସୁନ୍ଦରାକାଣ୍ଡ ପାରାୟଣ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମରେ ଗଣେଶ ପୂଜା କମିଟିଙ୍କ ଆନୁକୂଲ୍ୟରେ ଏକ ଦିବସୀୟ ସୁନ୍ଦରାକାଣ୍ଡ ପାରାୟଣ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ପାରାୟଣ ମଣ୍ଡପ ସ୍ଥାପନ ସହ ପୂଜାର୍ଚ୍ଚନା ପରେ ପୁରାଣ ପଠନ ହୋଇଥିଲା । ଏଥିରେ ପୂଜକ ନୀଳମଣି ରଥ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବଲଭଦ୍ର ପରୁଆ ଓ ଧର୍ମପତ୍ନୀ ଶ୍ରୀମତୀ ରସ ପରୁଆ କର୍ତ୍ତା ଦାୟୀତ୍ୱ ତୁଲାଇଥିଲେ । ବ୍ୟାସ ଭାବେ ସୁନାମଧନ୍ୟ ଗାୟକ ସୁନୀଲ କୁମାର ଗୁରୁ ପୁରାଣ ‌ପଠନ କରିଥିଲେ । ତାଙ୍କର ସୁମଧୁର କଣ୍ଠ ସ୍ୱର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଅଞ୍ଚଳର ବହୁ ସଂଖ୍ୟାରେ ରାମ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଯୋଗଦେଇ ରାମଚରିତ ମାନସର ବିଭୁ କୃପା ଲାଭ କରିଥିଲେ । ଶେଷରେ ସମସ୍ତ ଭକ୍ତମାନଙ୍କୁ ନେଇ ଏକ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଣେଶ ପୂଜା କମିଟି ସଭାପତି ସତ୍ୟନାରାୟଣ ଗୁରୁଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

seventeen − 4 =