csstore

ଜିଲ୍ଲା ବ୍ରାହ୍ମଣ ମହାସଭାରେ ଅନନ୍ତମୁଖୀ ପାରାୟଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭାରେ ଅନନ୍ତମୁଖୀ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସସ୍ତ୍ରୀକ ଡ. ଗୋଦାବରୀଶ ରଥ ଏବଂ ସସ୍ତିକ ସଂକିର୍ତ୍ତନ ତ୍ରିପାଠି ଅଂଶଗ୍ରହଣ କରିଥିଲେ । ଏହି ପରାୟଣରେ ପୁରାଣ ପାଠକ ଭାବରେ ଡ.ସତ୍ୟବନ୍ତ ବେଦବାକ, ଧର୍ମସିଂ ମିଶ୍ର, ଶ୍ୟାମ ସୁନ୍ଦର ଦାଶ, ଗୋକୁଳାନନ୍ଦ ମିଶ୍ର, ଷଡାନନ ହୋତା, ଅଶୋକ ମିଶ୍ର, ପ୍ରମୋଦ ପ୍ରଧାନ, ଶରତ ଚନ୍ଦ୍ର ଦାଶ, ବିଭୁଦତ୍ତ ଶତପଥି, ଗିରିଧାରୀ ମିଶ୍ର, ରାମ ପ୍ରସାଦ ଚାନ୍ଦ, ବିଂରଚି ନାରାୟଣ ତ୍ରିପାଠି, କାଳିପ୍ରସାଦ ମିଶ୍ର, ମୀନକେତନ ଚାନ୍ଦ, ପ୍ରଭୁଦତ୍ତ ହୋତା, ବଳରାମ ମିଶ୍ର, ଅଶ୍ୱିନୀ ଦାଶ, ପ୍ରଶାନ୍ତ ଯୋଷୀ, ଯୁଧିଷ୍ଠିର ଷଡଙ୍ଗୀ, ବିଭୁତି ମିଶ୍ର ଏବଂ ସୁନିଲ ଠାକୁର ପୁରାଣ ପଠନ କରିଥିଲେ । ତୁଳସୀ ଅର୍ଚ୍ଚନରେ ଶାନ୍ତିପଡା, ବରପାଲିପଡା, ରାମେଶ୍ୱର ନଗର, ମାଲପଡା, ଟିକ୍ରାପଡା, ପେଲେସ ଲାଇନ ପ୍ରଭୃତିର ମହିଳା ଶକ୍ତି ବୃନ୍ଦ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ପୁରୋହିତ, କେଶବ ଚନ୍ଦ୍ର ପୁରୋହିତ, ପ୍ରଭୁଦତ୍ତ ଶତପଥି, ପଂଚାନନ ବେଦବାକ, କବିରାଜ ହୋତା, ଜୟବିହାରୀ ବେଦବାକ ଏବଂ ବିଶ୍ୱନାଥ ମିଶ୍ର ତଦାରଖ କାର୍ଯ୍ୟ ସଂପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶାନ୍ତନୁ ମିଶ୍ର, ରାଜ କିଶୋର ଦାଶ, ସଂଜୟ ପୁରୋହିତ, ଦେବାଶିଷ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ର ଏବଂ ସଂପାଦକ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.