jayashree

ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ସଦାଇପାଲି ଗ୍ରାମର ଲୀଳାନାଟକ କଳାକାର ଅବିନ୍ଦ୍ର ସେଠ(୭୬)ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟାରେ ତାଙ୍କର ଏକମାତ୍ର ପୁତ୍ର କ୍ଷମା ସେଠ ଓ ଚାରି ଝିଅ ଉପସ୍ଥିତ ଥିଲେ । ସମାଜର ରୀତିନୀତି ଅନୁଯାୟୀ ଶବ ସତ୍କାର କରାଯାଇଥିଲା । ରାମଲୀଳାରେ ସେ ଦୀର୍ଘ ୪୨ବର୍ଷ ଧରି “ସୀତା”, ଲକ୍ଷ୍ମୀପୂରାଣ ନାଟକରେ “ମହାଲକ୍ଷ୍ମୀ” ଏବଂ ବିଭିନ୍ନ ଅପେରାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିଲେ । ସାଇଟ୍‌ ନର୍ସିଂ କଲେଜରେ ଦୀର୍ଘ ୨୦ବର୍ଷ ବଗିଚା କାମ କରି କିଛିବର୍ଷ ହେଲା ଅବସର ଗ୍ରହଣ କରିଥିଲେ । ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁରେ ସାଇଟ୍‌ କଲେଜର ପ୍ରତିଷ୍ଠାତା ସମାଜସେବୀ ଡ. ଶ୍ରୀକର ମିଶ୍ର, ଅଧ୍ୟକ୍ଷା ସ୍ନିଗ୍ଧାମିନତୀ ଦାନୀ, ସମ୍ପାଦକ ନାରାୟଣ ପ୍ରସାଦ ମିଶ୍ର, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଗ୍ରାମବାସୀ ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.