jayashree

ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଆଦିବାସୀ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଯୋଗ ଦେଇ ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ବିଜ୍ଞାନ, ଗଣିତ ପ୍ରକଳ୍ପ, ବିଜ୍ଞାନ ଗଣିତ ପ୍ରୟୋଗ, ସଂସ୍କୃତ ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚ, ମୁର୍ତ୍ତିକଳା, ପତ୍ରବାଚନ ଓ ନିବନ୍ଧ ଆଦି ଉପରେ ପ୍ରତିଯୋଗିତା ହୋଇଥିଲା । ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ବିଭାଗ ସ୍ତରକୁ ଯିବେ । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ତଥା ଶିକ୍ଷକ ତୀର୍ଥବାସୀ ଘଡେଇ ଅତିଥିମାନଙ୍କର ପରିଚୟ କରାଇଥିଲେ । ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ସଂଜୀବ କୁମାର ରୂପା ମାଝୀ, ବିଦ୍ୟାଳୟର ପରିଚାଳନା ସଭାପତି ତଥା ଆଇନଜୀବୀ ସୁଧାଂଶୁ ମୋହନ ପତି, ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ଦିଗାଳ, ଶିକ୍ଷା ବିକାଶ ସମିତିର ସଙ୍କୁଳ ପ୍ରମୁଖ ପ୍ରଶାନ୍ତି ସାହୁ ଓ ଆୟୋଜକ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ମମତା ମହାରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.