jayashree

କ୍ଲଷ୍ଟରସ୍ଥରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ

ସଦରବ୍ଲକ, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦରବ୍ଲକ ଅଧିନସ୍ଥ ସକମା କ୍ଲଷ୍ଟରର ସକମା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟରସ୍ଥରୀୟ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସକମା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକୁମାର ବରାଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସଦର ବ୍ଲକ ବି.ଇ.ଓ ଦିଲ୍ଲୀପ ଯୋଶୀ ପ୍ରମୁଖ ଅତିଥି ଭାବେ ପୂର୍ବତନ ବି.ଇ.ଓ ନୀଳମଣି ପଟେଲ ସମ୍ମାନୀତ ଅତିଥି ଭାବେ ଏ.ବି.ଇ.ଓ ଶ୍ରୀମତୀ ସନ୍ଧ୍ୟାରାଣୀ ଧରୁଆ ଶିକ୍ଷକ ସଂଘ ସମ୍ପାଦକ ପ୍ରଦୀପ ଖମାରି ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଡିଙ୍ଗର ବଡକା ଶ୍ରୀମତୀ ଆରତି ସାହୁ ଶ୍ରୀମତୀ ବିମଳା ତ୍ରିପାଠୀ ଓ ସି.ଆର୍.ସି.ସି ରାଜକୁମାର ରଣା ମଞ୍ଚାସୀନ ଥିଲେ । ରାମସିଂହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂକୀର୍ତ୍ତନ ମହାଲିଙ୍ଗ ସଭା ସଂଯୋଜନା କରିଥିଲେ । ବି.ଇ.ଓ କାର୍ଯ୍ୟାଳୟରୁ ଦୁଲାଳ ନାଥ, ସାଗରିକା ଖମାରି, ଅସ୍ମିତା ତ୍ରିପାଠୀ ସୁନେତ୍ରୀ ମିଶ୍ର ଓ ଗରିବ ସେଟ୍‌ ଯୋଗଦେଇଥିଲେ । ଏହି ସଭାରେ ପଟେଲ ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବି.ଇ.ଓ ଶ୍ରୀ ଯୋଶୀ ଶିକ୍ଷକମାନେ ହିଁ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ କରି ସମାଜରେ ସଂସ୍କାର ଆଣିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ବିଷୟରେ ଶ୍ରୀ ଖମାରି ଆଲୋଚନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଅବସରପ୍ରାପ୍ତ ବି. ଇ.ଓ ଶ୍ରୀ ପଟେଲଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଶ୍ରୀ ବଡକା, ଶ୍ରୀମତୀ ସାହୁ ଓ ଶ୍ରୀମତୀ ତ୍ରିପାଠୀଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସି.ଆର୍.ସି.ସି ଶ୍ରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ ଗୋପୀନାଥ ଦଣ୍ଡସେନା, ମହେଶ ବେହେରା, ଯମୁନା ପଧାନ, ନିକିତା ରାଉତ ତଥା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.