csstore

ଚଣାବାହାଲ ପଞ୍ଚାୟତର ପ୍ରଥମ ସମିତି ସଭ୍ୟ ଗୌତମ ଖେତୀଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତର ପ୍ରଥମ ସମିତି ସଭ୍ୟ ଗୌତମ ଖେତୀ(୭୮)ଙ୍କ ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି । ସେ ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଚଣାବାହାଲ ପଞ୍ଚାୟତର ପ୍ରଥମ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ଏକମାତ୍ର ପୁତ୍ର ଚୁଡ଼ାମଣି, ବୋହୂ, ଦୁଇ ଝିଅ, ଜ୍ୱାଇଁ ବଲାଙ୍ଗିର ଜିଲ୍ଲା ଷାଠିଏ ଘର ଡୁମାଳ ସମାଜର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧଦେବ ମହାକୁର, ନାତିନାତୁଣୀ, ପରିବାର ଓ ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବରିଷ୍ଠ ବିଜେପି ନେତା ପୁରୁନ ବାଗଙ୍କ ସହ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ଶବାଧାରରେ ସାମିଲ ହୋଇଥିଲେ । ବରିଷ୍ଠ ରାଜନେତା ଶ୍ରୀ ଖେତୀ ଅଞ୍ଚଳର ଜଣେ ପରୋପକାରୀ ତଥା ବନ୍ଧୁବତ୍ସଳ ବ୍ୟକ୍ତି ଥିବାରୁ ତାଙ୍କ ପରଲୋକରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏକମାତ୍ର ପୁତ୍ର ଚୁଡ଼ାମଣି ଖେତୀ ମୂଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.