csstore

ଧର୍ମ ପରାୟଣା ମହିଳା ଫୁଲତୋଲି ଛତ୍ରିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜାମଗାଁ ପଞ୍ଚାୟତ ଅନ୍ତର୍ଗତ ଭୁର୍ଷିପାଲି ଗ୍ରାମର ସ୍ୱର୍ଗତ କାଲାମଣି ଛତ୍ରିଆଙ୍କ ଧର୍ମପତ୍ନୀ ଶ୍ରୀମତୀ ଫୁଲତୋଲି ଛତ୍ରିଆ(୭୫)ଙ୍କ ବଲାଙ୍ଗିର ସହର ଆନନ୍ଦନଗରରେ ତାଙ୍କ ମଝିଆ ପୁଅ ଲୁନ୍ଧୁ ଛତ୍ରିଆଙ୍କ ବାସଭବନରେ ଗତକାଲି ପୂର୍ବାହ୍ନ ୯ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ତେବେ ତାଙ୍କ ପାର୍ଥିବ ଶରୀରକୁ ଭୁର୍ଷିପାଲିକୁ ନିଆଯାଇ ସେଠାରେ ସମସ୍ତ ଭାଇ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଗତକାଲି ଅପରାହ୍ନ ୪ଟା ସମୟରେ ଶବ ସତ୍‌କାର କରାଯାଇଛି । ଜ୍ୟେଷ୍ଠ ପୁତ୍ର ଦୟାନିଧି ଛତ୍ରିଆ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ଅନ୍ୟ ପୁଅ ଓଡ଼ିଶା ପୋଲିସ ଅଧିକାରୀ ସୁରୁବାବୁ ଛତ୍ରିଆ, ବିଦ୍ୟୁତ ଅଧିକାରୀ ଅରୋବିନ୍ଦ ଛତ୍ରିଆ ଓ ଲୁନ୍ଧୁ ଛତ୍ରିଆ ଏବଂ ଅନ୍ୟମାନେ ଶ୍ମଶାନରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.