ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଅପରାହ୍ନରେ ଅବସରପ୍ରାପ୍ତ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଫିସ୍ ସୁପରିଟେଣ୍ଡେଣ୍ଟ ରଙ୍ଗାଚରଣ ପାଣିଗ୍ରାହୀ(୯୧)ଙ୍କ ପରଲୋକ ହୋଇଯାଇଛି । ସେ ବୃଦ୍ଧାବସ୍ଥାଜନିତ ରୋଗରେ ଆକ୍ରାନ୍ତ ଥିଲେ । ସ୍ୱର୍ଗତ ପାଣିଗ୍ରାହୀ ଜଣେ ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଓ ମେଳାପୀ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା ଥିବା ବେଳେ ତାଙ୍କ ଦେହାନ୍ତରେ ସାରା ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଜ୍ୟେଷ୍ଠପୁତ୍ର ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ର ଅବସରପ୍ରାପ୍ତ ମେଡ଼ିସିନ୍ ସ୍ପେସିଆଲିଷ୍ଟ ଡା.ବଳରାମ ପାଣିଗ୍ରାହୀ, ମଧ୍ୟମ ପୁତ୍ର ଅବରପ୍ରାପ୍ତ ଏସ୍ବିଆଇ ଅଧିକାରୀ ବାସୁଦେବ ପାଣିଗ୍ରାହୀ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ଓ କନିଷ୍ଠ ପୁତ୍ର ଜେନ୍ବି ପ୍ରିନ୍ସିପାଲ୍ ସହଦେବ ପାଣିଗ୍ରାହୀ, ସମସ୍ତ ବୋହୂ, ଝିଅ ଜ୍ୱାଇଁ ଓ ନାତି ନାତୁଣୀ ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଉପସ୍ଥିତ ଥିଲେ । ଆଜି ସଂଧ୍ୟାରେ ସ୍ଥାନୀୟ ରାମେଶ୍ୱରନଗର ସ୍ଥିତ ଶ୍ମଶାନରେ ତାଙ୍କ ଦାହ ସଂସ୍କାର ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।