csstore

କଟାପାଲି ଗୌନ୍ତିଆ ଶରତ ଚନ୍ଦ୍ର ଦାଶଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : କଟପାଲି ଗୌନ୍ତିଆ ଶରତ ଚନ୍ଦ୍ର ଦାଶଙ୍କ ଆଜି ସକାଳ ୮ ଘଣ୍ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହେଉଥିଲା । ମୃତ୍ୟୁଶଯ୍ୟା ପାଖରେ ତାଙ୍କ ତିନି ପୁତ୍ର ପ୍ରଦୀପ(ବୁଲୁ), ଦିଲ୍ଲୀପ, ସଂଜୀବ ଉପସ୍ଥିତ ଥିଲେ । ସେ ଜଣେ ବ୍ୟବସାୟୀ ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । ବରଗଡ଼ ସ୍ୱୟଂସିଦ୍ଧା ଭବନର ସେ ପ୍ରତିଷ୍ଠାତା । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ, ଡ. ସାଧୁଚରଣ ଦାସ, ଡ. ଜ୍ଞାନେନ୍ଦ୍ର ପଣ୍ଡା, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ଓଡିଶା ଜିଏସ୍‌ଟି ଅବସରପ୍ରାପ୍ତ କମିସନର ମାନଭଞ୍ଜନ ଆଚାର୍ଯ୍ୟ, ଡ. ପ୍ରଣବ ମିଶ୍ରଙ୍କ ସହ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରୀ ଦାଶଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କଟାପାଲି ସ୍ୱର୍ଗଦ୍ୱାରାରେ ଅଶ୍ରୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିଲା । ଜ୍ୟେଷ୍ଠପୁତ୍ର ପ୍ରଦୀପ ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.