ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଧାନ (୭୮)ଙ୍କ ଗତ ମଙ୍ଗଳବାର ସକାଳେ ପରଲୋକ ଘଟିଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ସମୟରେ ତାଙ୍କ ସ୍ତ୍ରୀ ଉଲ୍ଲାସିନୀ ପଧାନ, ୨ ପୁଅ ଶ୍ୟାମସୁନ୍ଦର ପଧାନ, ଭଗିରଥ ପଧାନ, ୨ ଝିଅ ସଂଜୁ ପଧାନ, ମଞ୍ଜୁ ପଧାନଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁଅ ଶ୍ୟାମସୁନ୍ଦର ମୁଖାଗ୍ନି ଦେଇଥିଲେ । ତାଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ପରିବାର ସମସ୍ତ ସଦସ୍ୟଙ୍କ ସହ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.