pakka

ଚନ୍ଦ୍ରମଣି ପଟେଲଙ୍କ ପରଲୋକ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର ପୂର୍ବ ଉପାଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ବାପା ଚନ୍ଦ୍ରମଣି ପଟେଲଙ୍କ ଆଜି ହୃଦଘାତରେ ପରଲୋକ ହୋଇଯାଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ମାତ୍ର ଦୁଇ ମାସ ପୂର୍ବରୁ ତାଙ୍କ ବଡ଼ ଭାଇଙ୍କ ବିୟୋଗ ହୋଇଥିଲା । ସ୍ୱର୍ଗତ ପଟେଲ ଜଣେ ପରୋପକାରୀ ତଥା ମେଳାପୀ ବ୍ୟକ୍ତି ଥିଲେ । ତାଙ୍କ ଅନ୍ତିମ ଦର୍ଶନ ପାଇଁ ଶତାଧିକ ଲୋକଙ୍କ ଗହଳି ଲାଗିଥିଲା । ବଡ଼ ପୁଅ ଯତୀନ୍ଦ୍ର ମୁଖାଗ୍ନି ଦେଇଥିଲେ । ଆଉ ଦିନକ ପରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ଯତୀନ୍ଦ୍ର ପଟେଲ ଏଥିପାଇଁ ପ୍ରମୁଖ ଦାବୀଦାର ଅଛନ୍ତି । ଏଭଳି ସ୍ଥିତିରେ ତାଙ୍କର ପିତୃ ବିୟୋଗ ଘଟଣା ସାଧାରଣ ଲୋକଙ୍କ ମନରେ ଗଭୀର ଦୁଃଖ ଆଣିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

twenty − four =