pakka

ଦଳିତ ସାମ୍ବାଦିକଙ୍କୁ ଆକ୍ରମଣକାରୀକୁ ଗିରଫ ଦାବୀରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଆମ୍ବେଦକର ୱାରିୟର ସଂଗଠନର କର୍ମକର୍ତ୍ତା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଚରଣ ବିଧି ଉଲଘଂନ ପ୍ରସଙ୍ଗରେ ଖବର ପ୍ରକାଶିତ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି, ଯାହା ଗଣମାଧ୍ୟମର କଣ୍ଠରୋଧ ଅଟେ । କେତେକ ଘଟଣାର ଅଭିଯୁକ୍ତମାନଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ କେତେକ ଘଟଣାର ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ପୋଲିସ ଗିରଫ କରିନାହିଁ ବୋଲି ଅଭିଯୋଗ ହୋଇଛି । ରାଜ୍ୟ ତଥା ଜିଲ୍ଲା ସାମ୍ବାଦିକ ସଂଘ ଏବଂ ବିଭିନ୍ନ ସାମାଜିକ ସଂଗଠନ ଗଣମାଧ୍ୟମର କଣ୍ଠରୋଧ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ଏବଂ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଦାବୀ କରିଛନ୍ତି । କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ମଧ୍ୟରୁ ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଅଧିନରେ ଗତ ତା.୧୪/୦୨/୨୦୨୨ ରିଖ ଦିନ ସାମ୍ବାଦିକ ମୋତିଲାଲ ବାଗଙ୍କୁ ନିର୍ବାଚନୀ ଖବର ସଂଗ୍ରହ କରି ଫେରୁଥିବା ବାଟରେ ଚିରୋଳୀ ଫରେଷ୍ଟ ଡୁଙ୍ଗୁରୀଠାରେ ଦୁଇ ଜଣ ଦୁର୍ବୁତ୍ତ ଜାତିଆଣ ଆକ୍ଷେପ କରି ଜୀବନରୁ ମାରିଦେବା ପାଇଁ ମରଣାନ୍ତକ ଆକ୍ରମଣ କରି ଡଭା ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ରାକେଶ ସାହୁ ନାମରେ ଖବର ପ୍ରକାଶିତ କରୁଛୁ ଏବଂ ବରଗଡ ଜିଲ୍ଲାର ସାମ୍ବାଦିକଙ୍କୁ ଖବର ଦେଉଛୁ ବୋଲି ଜୀବନରେ ମାରିଦେବା ପାଇଁ ଲୁହା ରଡରେ ପ୍ରହାର କରିଥିଲେ, ଯାହା ଜଗଦଳପୁର ଥାନା କେସ ନମ୍ବର- ୨୫/୨୦୨୨ରେ ମାମଳା ରୁଜୁ ହୋଇଛି । ଘଟଣାର ୨୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍‌ର ହାତ ଖାଲି, ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଦଳିତ ନିଷ୍ପେସିତ ଲୋକଙ୍କ ହକ ଅଧିକାର ପାଇଁ ସବୁବେଳେ କାର୍ଯ୍ୟ କରି ଆସୁଥିବା ଆମ୍ବେଦକର ୱାରିୟର ସଂଗଠନର କର୍ମକର୍ତ୍ତା ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଗତ ତା.୨୫/୦୨/୨୦୨୨ ରିଖ ଦିନ ଜଗଦଳପୁର ଥାନାଧିକାରୀଙ୍କୁ ଭେଟି ଦଳିତ ସାମ୍ବାଦିକ ମୋତିଲାଲ ବାଗଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଲିଖିତ ଭାବରେ ଜଣାଇଥିଲେ । ପଦ୍ମପୁର ଉପଖଣ୍ଡରେ ଦଳିତ ଲୋକଙ୍କ ଉପରେ ଆକ୍ରମଣ ଘଟଣାରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ଏବଂ ଅଭିଯୋଗକାରୀଙ୍କ ଜୀବନ ପ୍ରତି ବିପଦ ଥିବାର ପ୍ରସଙ୍ଗ ଉପରେ ଆଲୋଚନା ପୂର୍ବକ ଦଳିତ ସାମ୍ବାଦିକ ମୋତିଲାଲ ବାଗଙ୍କୁ ଆକ୍ରମଣ ଘଟଣାର ସମସ୍ତ ଅଭିଯୁକ୍ତମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ପାଇଁ ଆମ୍ବେଦଅର ୱାରିୟର ସଂଗଠନର ଜିଲ୍ଲା ସଭାପତି କୁଶ ତାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୁଷଣ ଭୋଈଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ଆମ୍ବେଦକର ୱାରିୟର ସଂଗଠନ ତରଫରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଳି ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ସଂଗଠନର ପ୍ରତିନିଧି ଦଳରେ ଝାରବନ୍ଧ ବ୍ଳକ ସଭାପତି ମହେଶ ବାଘ, ପାଇକମାଲ ବ୍ଳକ ସଭାପତି ଜୟ କୁମାର ଜାଲ, ପଦ୍ମପୁର ବ୍ଳକ ସଭାପତି ଟିକେଲାଲ କୁମ୍ଭାର, ପାଇକମାଲ ବ୍ଳକ ସଂଯୋଜକ ସୁଜନ ବାଗ, ମୁରଲୀ ସୁନା ଏବଂ ଦେବଶିଷ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × 2 =