ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ । ରବିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ହେବ । ବାହୁଡ଼ା ଦିନ ଏହା ଲଘୁଚାପ ରୂପ ନେବ । ଏହା ପ୍ରଭାବରେ ଆଜିଠାରୁ ପ୍ରବଳ ବର୍ଷା ହେବ । ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ ହେବ ଓ ଏହା ଲଘୁଚାପରେ ପରିଣତ ହେବ । ୧୪ ଓ ୧୫ ଦୁଇ ଦିନ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ପୁରୀ ସମେତ ପୂରା ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.