jsm

ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍‌ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଓପିଡି ୱାର୍ଡରେ ଓଆର୍‌ଏସ୍‌ ଓ ଥଣ୍ଡା ଜଳ ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀ ତଥା ସାଧାରଣ ଲୋକଙ୍କ ପାଇଁ ଓଆର୍‌ଏସ୍‌ ଓ ଥଣ୍ଡା ପାଣି ଦେବା ପାଇଁ ଏଥିରେ ବ୍ୟବସ୍ଥା କରାଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସୁପରିଟେଣ୍ଡେନ୍‌ ମାନସି ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ । ଖରା ମାସ ସାରା ଏହା ଚାଲିବ ବୋଲି ଓ ଏହାକୁ ବିବିଏମ୍‌ସିଏଚ୍‌ ସହଯୋଗ କରୁଥିବା କୁଲୁତା ଯୁବ ସଂଗଠନ ତରଫରୁ ସୂଚନା ଦିଆଯାଇଛି । ଏଥିରେ ବିବିଏମ୍‌ସିଏଚ୍‌ ଏଡ୍‌ମିଷ୍ଟ୍ରେଟିଭ୍‌ ଅଫିସର ଜୟଶ୍ରୀ ପାଢି, ହସପିଟାଲ ମ୍ୟାନେଜର ଡ. ସୁଦୀପ ଦତ୍ତ ଓ ଡ. ପ୍ରତ୍ୟୁଷ ପଟ୍ଟନାୟକ, ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସମ୍ପାଦକ ଭୁବନେଶ୍ୱର ଭୋଇ, ଉପସଭାପତି ଜିତେନ୍ଦ୍ର ବିଶ୍ୱାଲ, ଗଣେଶ ପଧାନ, କୋଷାଧ୍ୟକ୍ଷ ଅମିତ ବାରିକ, ଜିଲ୍ଲା ସଦସ୍ୟ ବାସୁଦେବ ସାହୁ, ବଣ୍ଟିି ବିଶ୍ୱାଲ, ଉପେନ୍ଦ୍ର ପଧାନ, କାମଦେବ ଭୋଇ, ବିଶ୍ୱଜିତ ପଧାନ, ଚନ୍ଦ୍ର ସାହୁ, ଟୁନୁ ପଧାନ, ରିଙ୍କୁ ପଧାନ, ଗିରିଶ ସାହୁ, ସୁବ୍ରତ ପାତ୍ର, ଦୁର୍ଯ୍ୟୋଧନ ସାହୁ, ଅଙ୍କିତ ସା, ଯୋଗେନ୍ଦ୍ର ପାତ୍ର ସମେତ ବିଭିନ୍ନ ବ୍ଲକର ସଦସ୍ୟ ଗଣ ଯୋଗଦାନ ଦେଇ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.