ବଲାଙ୍ଗିର ସହରରେ ରାସ୍ତା ଉପରେ ଅଂଟାଏ ପାଣି, ଯାତାୟାତ ବାଧାପ୍ରାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ରାସ୍ତା ଉପରେ ଅଂଟାଏ ପାଣି । ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡ଼ିଛି । ବଲାଙ୍ଗିର ସହର ଶାନ୍ତିପଡ଼ାର ପଂଜାବୀ ଗଳି ଦେଇ ଖର୍‌ସେଲ୍‌ପଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ଏଇୟା । ଖର୍‌ସେଲ୍‌ ଡଙ୍ଗର ତଳୁ ବୋହି ଆସୁଥିବା ପାଣି ଏବେ କାଳ ସାଜିଛି ଏହି ଅଂଚଳବାସୀଙ୍କ ପାଇଁ । ଆଗରେ ରହିଥିବା ପୋଲ ସଂକୁଚିତ ହୋଇଯିବା ଫଳରେ ବର୍ଷା ପାଣି ତଳମୁଣ୍ଡକୁ ଯାଇ ପାରୁନଥିବା ବେଳେ ଏଠାରେ ଏବେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଠାରେ ଥିବା ବାସଗୃହ ଭିତରେ ମଧ୍ୟ ଆଂଠୁଏ ଲେଖାଏ ପାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । ବଲାଙ୍ଗିର ସହରରେ ଗତକାଲି ଠାରୁ ଲଗାଣ ବର୍ଷା ଚାଲିଥିବା ବେଳେ ଏବେ ସ୍ଥିତି ବେହାଲ୍‌ ହେବାରେ ଲାଗିଛି । ସହରର ବିଭିନ୍ନ ଅଂଚଳରେ ବର୍ଷା ପାଣି ଜମି ଅଂଚଳବାସୀଙ୍କ ବାସଗୃହ ଭିତରକୁ ପଶୁଥିବାର ଦେଖିବାକୁ ମିଳୁଛି ।

Leave A Reply

Your email address will not be published.