ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଭିତରେ ଆଂଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଥିବା ପାଟଣେଶ୍ୱରୀ ମନ୍ଦିର ଭିତରେ ପଶିଲା ବର୍ଷା ପାଣି । କେବଳ ମନ୍ଦିର ଭିତରେ ନୁହେଁ, ମା’ଙ୍କ ଆସ୍ଥାନ ଉପରକୁ ବି ପାଣି ଚଢ଼ି ସାରିଛି । ଅନ୍ୟ ପକ୍ଷରେ ମୋଟର ଲଗାଇ ଏବେ ବର୍ଷା ପାଣି ନିଷ୍କାସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ବଲାଙ୍ଗିର ମାଟିର ଇଷ୍ଟଦେବୀ ଭାବେ ପୂଜା ପାଉଥିବା ମା’ ପାଟଣେଶ୍ୱରୀ ମନ୍ଦିରରେ ଟିକିଏ ବର୍ଷା ହେଲେ ଏପରି ବର୍ଷା ଜଳ ପଶି ଜଳମୟ ହୋଇପଡ଼ୁଛି ମନ୍ଦିର । ଅଥଚ ଏହାର ସ୍ଥାୟୀ ନିରାକରଣ ହେଉ ନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବଲାଙ୍ଗିର ପୌର ଅଧ୍ୟକ୍ଷା ମନ୍ଦିରରେ ଉପସ୍ଥିତ ରହି ମନ୍ଦିରରୁ ଜଳ ନିଷ୍କାସନ କାମ ତଦାରଖ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

16 − 4 =