csstore

ସୁବର୍ଣ୍ଣପୁରରେ ବିଜେଡ଼ିର ଦବ୍‌ଦବା ଜାହିର୍‌ କଲେ ପାଣ୍ଡିଆନ୍‌

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁରରେ ବିଜେଡ଼ିର ଦବ୍‌ଦବା ଜାହିର୍‌ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଭି.କେ. ପାଣ୍ଡିଆନ୍‌ । ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ତାୱଡ଼୍‌ ତୋଡ଼୍‌ ପ୍ରଚାର୍‌ କରି ବିରୋଧୀଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି । ବିଜେଡ଼ିର ଲୋକାଭିମୁଖୀ ଯୋଜନା ଏବଂ ନବୀନ ପଟ୍ଟନାୟକଙ୍କ ବିକାଶର ମହାସ୍ରୋତରେ ସାମିଲ୍‌ ହେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ସେବାରେ ବିଶ୍ୱାସ ରଖନ୍ତି । ଓଡ଼ିଶାବାସୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି । କିନ୍ତୁ ବିରୋଧୀ ବାରମ୍ବାର ମିଛ କହୁଛନ୍ତି, ମିଛ ପ୍ରତିଶ୍ରୁତି ଦେଉଛନ୍ତି । ଯୁବକଙ୍କ ପାଇଁ ଦୁଇ କୋଟି ଚାକିରି ଓ ଚାଷୀଙ୍କ ପାଇଁ ଧାନର ଏମ୍‌ଏସ୍‌ପି ଦୁଇଗୁଣ କରିବାର ପ୍ରତିଶ୍ରୁତି କୁଆଡେ଼ ଗଲା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍‌ । ସୁବର୍ଣ୍ଣପୁରର ବିଭିନ୍ନ କାର୍ଯ୍ୟରେ ଶ୍ରୀ ପାଣ୍ଡିଆନ୍‌ଙ୍କ ସହ ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବିଧାୟକ ପ୍ରାର୍ଥୀ ନିରଂଜନ ପୁଜାରୀ, ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କ ସହ ବହୁ ସଂଖ୍ୟାରେ ବିଜେଡ଼ି ନେତା କର୍ମକର୍ତ୍ତା ଯୋଗଦାନ କରି ଘମାଘୋଟ୍‌ ନିର୍ବାଚନ ପ୍ରଚାରରେ ଜନସାଧାରଣଙ୍କ ଠାରୁ ବିଜେଡ଼ି ପାଇଁ ଆଶୀର୍ବାଦ ସ୍ୱରୂପ ଭୋଟ ଭିକ୍ଷା କରିଥିଲେ ।

jayashree
Leave A Reply

Your email address will not be published.