om academy

ପଟୁଆପାଲିରେ ପୋଲ ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା-ପଟୁଆପାଲି ରାସ୍ତାର ଶାଖା କେନାଲ ପୋଲ ନିହାତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଗାଇଡ୍‌ଲାଇନ୍‌ ଅନୁସାରେ ଯେତିକି ସିମେଣ୍ଟ, ବାଲି, ଗେଟି ପୁଣି ଖରାଦିନ ହୋଇଥିବାରୁ ଆବଶ୍ୟକ ପାଣି ଦେଇନଥିବାରୁ ଭଲ କାମ ହୋଇନାହିଁ । ଫଳରେ କଂକ୍ରିଟ ଭାଙ୍ଗି ରାସ୍ତା ଦବି ଯାଇଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସୂଚନା ଅନୁସାରେ ୪୦ ବର୍ଷ ପୂର୍ବେ କେନାଲ ବିଭାଗ ପକ୍ଷରୁ ଏହି ପୋଲ ନିର୍ମାଣ ହୋଇଥିଲା । ତାହା ପୁରୁଣା ହୋଇ ଦୁର୍ବଳ ହୋଇ ପଡିବାରୁ ଆର୍‌. ଡି ପକ୍ଷରୁ ପୁଣି ନୂଆଁ ପୋଲ ମାସେ ହେବ ନିର୍ମାଣ ହୋଇଛି । ଯାହା ନିମ୍ନମାନର କାମ ହୋଇଥିବା ଅଂଚଳ ବାସି ଅଭିଯୋଗ ଆଣିଛନ୍ତି ଯାହା ସପ୍ତାହେ ନ ପୂରୁଣୁ ଦବି ଯାଇଛି । ବିଭାଗୀୟ ଜେଇଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କ ଫୋନ୍‌ ସୁଇଚ୍‌ ଅପ୍‌ ଥିଲା । ଏ ସଂପର୍କରେ ସମ୍ପୃକ୍ତ ଠିକାଦାର ନିରଞ୍ଜନ ସାହୁଙ୍କୁ ପଚରାଯିବାରୁ ନିମ୍ନମାନର କାମ ହୋଇନାହିଁ ଉଭୟ ପାର୍ଶ୍ୱ ମାଟି ଖୋଲି କଂକ୍ରିଟ ହୋଇଥିବାରୁ ଦବି ଯାଇଛି, ତାହା କରିଦେବି ବୋଲି କହିଥିଲେ । ବଲାଙ୍ଗିର ଓ ସୋନପୁର ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ବାଇପାସ ରାସ୍ତା ଭାବେ ଜଣାଶୁଣା ଏହି ରାସ୍ତାରେ ଦୈନିକ ଛୋଟ ବଡ଼ ଯାନବାହାନ ସମେତ ଭାରି ଯାନ ମଧ୍ୟ୍ୟ ଯିବାଆସିବା କରୁଥିବାରୁ ଧନ ଜୀବନ ହାନୀ ହେବା ଆଶଙ୍କା ରହିଛି । ଉପାନ୍ତ ତଥା ଜଙ୍ଗଲ ଅଂଚଳ ହୋଇଥିବାରୁ ବିଭାଗୀୟ ଅଧିକାରୀ କାର୍ଯ୍ୟର ମାନ ପରଖିବାକୁ ଆସନ୍ତି ନାହିଁ ଫଳରେ ଠିକାଦାର୍‌ ନିଜ ମନମାନିରେ କାମ କରିଥାନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାର୍‌ଙ୍କ ଠିକା ରଦ୍ଧ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.

three − 1 =