ନିଷାନ୍ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ହାସ୍ୟ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ ଆଭାସୀ ମାଧ୍ୟମରେ ବିଶ୍ଵ ହାସ୍ୟ ଦିବସ ଅବସରରେ ହାସ୍ୟ ବ୍ୟଙ୍ଗ କବିତା ଆସର ନିଷାନ୍‌ର ଉପଦେଷ୍ଟା ବିଶିଷ୍ଟ କବି ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତା ଓ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ବ୍ୟଙ୍ଗ କବି ମୁନିରାମ କୁମ୍ଭାର ଯୋଗଦେଇ ହାସ୍ୟ ବ୍ୟଙ୍ଗ କବିତା ଶୁଣାଇ ଉପସ୍ଥିତ ଶ୍ରୋତାମାନଙ୍କ ମନ ମୋହି ନେଇଥିଲେ । ବରିଷ୍ଠ କବି ତଥା ସଂଗଠକ ବୈରାଗୀ ସାହୁ ମୁଖ୍ୟ ବକ୍ତା ଓ ବିଶିଷ୍ଟ ହାସ୍ୟ କବି ସୁଶାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ହାସ୍ୟ କବିତା ମାଧ୍ୟମରେ ଶ୍ରୋତାଙ୍କ ମନୋରଞ୍ଜନ ସହ କିପରି ସମାଜକୁ ସଚେତନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ହାସ୍ୟ ବ୍ୟଙ୍ଗ କବିତା ଶୁଣାଇ ହସାଇ ହସାଇ ବେଦମ୍ କରି ଦେଇଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱରୂପା ସିଂ ଆବାହନୀ ସଗୀତ ଗାନ କରିଥିବା ବେଳେ ଶେଷରେ ନିଷାନ୍‌ର ଯୁଗ୍ମ ସଂପାଦକ ଯୁବ କବି କୃଷ୍ଣେନ୍ଦୁ ହୋତା କବିତା ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ବିଶିଷ୍ଟ ସାହିତ୍ୟିକା ତଥା ସଂଯୋଜିକା ଆହ୍ଲାଦିନୀ ପାଣିଗ୍ରାହୀ ଦାଶଙ୍କ ସୁନ୍ଦର ସଂଯୋଜନାରେ ହାସ୍ୟ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାର ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ବ୍ୟଙ୍ଗକବି ଭରତ ନାଏକ, ନାଭିଦତ୍ୟ ଦିଗାଲ, ଇଶ୍ୱର ଚନ୍ଦ୍ର ସାହୁ, ବୈରାଗୀ ସାହୁ, ପ୍ରଭାତ କୁମାର ଖମାରୀ, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, କବିତା ମିଶ୍ର, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ଯଶୋବନ୍ତୀ ନାୟକ, ଯମୁନା ମହାପାତ୍ର ମିଶ୍ର, ସନ୍ତୋଷ କୁମାର ବେହେରା, ସୁଦାମ ପୁଟେଲ, ସତ୍ୟନାରାୟଣ ମିଶ୍ର, ସରୋଜ କୁମାର ଆଚାର୍ଯ୍ୟ, ଅରୁଣ ମେହେର, ଶୁଭେନ୍ଦୁ ଷାଣ୍ଡ, ସୁଧୀର ପଣ୍ଡା, ସୋମନାଥ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ, ଆଶୁକବି ହେମନ୍ତ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବୟିତ୍ରୀ ଆର୍. ପୁଷ୍ପାଞ୍ଜଳି, ସଙ୍ଗୀତ ମୋହନ ଗହୀର, ଉତ୍ତମା ପ୍ରଧାନ, ପୁଷ୍ପାଞ୍ଜଳି ମେହେର, ମଦନା ପୁଟେଲ, ସୁରଭି ଭୋଇ, ତୃପ୍ତିମୟୀ ତ୍ରିପାଠୀ, ନେପାଳ ଚନ୍ଦ୍ର ବାଗ, ନମ୍ରତା, ଅଭିନବ ପଟ୍ଟନାୟକ, ଭକ୍ତବନ୍ଧୁ ସାହୁ, ରେମଶ କିସାନ, ଗୋପୀନାଥ ସାହୁ, ଶ୍ରୀପାଳ ପଣ୍ଡା, ଗୌରୀ ଶଙ୍କର ସାହୁ, ଅନନ୍ତ ବରିହା, ସହଦେବ ମେହେର, ଲୋକନାଥ ଦଳବେହେରା, କ୍ଷୀରେଶ୍ୱର ଦଳବେହେରା, ଅନିଲ ପଣ୍ଡା ଓ ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

8 + 4 =

error: Content is protected !!