ପଦ୍ମ ଧରିଲେ ଯଜ୍ଞେଶ୍ୱର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟରେ କଂଗ୍ରେସ ଦଳ ଛାଡ଼ିଥିବା ଯଜ୍ଞେଶ୍ୱରର ବାବୁ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବଲାଙ୍ଗିର ପୁରୁଣା ଘରୋଇ ବସ୍‌ ଷ୍ଟେସନ୍‌ରେ ରହିଥିବା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଯଜ୍ଞେଶ୍ୱରର । ଏହି କାର୍ଯ୍ୟକ୍ରମରେ ବିଜେଡ଼ି ନେତା ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସରୋଜ ପାଣିଗ୍ରାହୀ ତଥା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ନିକଟରେ ରାଜ୍ୟ ବିଜେପିରେ ଯୋଗଦାନ କରିଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବଲାଙ୍ଗିର ବିଧାନସଭା ବିଜେପି ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀଙ୍କ ସହ ବହୁ ବିଜେପିର ନେତା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 5 =

error: Content is protected !!