ରାଜ୍ୟର ପଂଚାୟତ ନିର୍ବାଚନ ସ୍ଥଗିତ କରାଯାଉ : ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ପଂଚାୟତ ନିର୍ବାଚନ ସ୍ଥଗିତ କରାଯାଉ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି । ସେ କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନ ଭାବରେ ଓଡିଶା ନିର୍ବାଚନ କମିଶନ ଭୟଙ୍କର କରୋନା କାଳରେ ପଂଚାୟତ ନିର୍ବାଚନ ଘୋଷଣା କରିଛନ୍ତି । ଅବଶ୍ୟ ଦେଶର ନିର୍ବାଚନ କମିଶନ ମଧ୍ୟ ୫ଟି ରାଜ୍ୟରେ ବିଧାନସାଭା ନିର୍ବାଚନ ଘୋଷଣା କରିଛନ୍ତି । କରୋନା କାଳରେ ଏତାଦୃଶ ବିଧାନସଭା ନିର୍ବାଚନ କରିବା ମଧ୍ୟ ସ୍ମୃହଣୀୟ ନୁହେଁ । କିନ୍ତୁ ଉକ୍ତ ୫ଟି ରାଜ୍ୟର କାର୍ଯ୍ୟକାଳ ସରିଗଲା ପରେ ସାଂବିଧାନିକ ସଂକଟ ହେବ ବୋଲି ବିଧାନସଭା ନିର୍ବାଚନ ଘୋଷଣା କରାଯାଉଛି । କିନ୍ତୁ ବିଧାନସଭା ନିର୍ବାଚନ କରି ନ ଥିଲେ ମଧ୍ୟ ସାଂବିଧାନିକ ସଂକଟ ହୋଇନଥାନ୍ତା କାରଣ ସଂବିଧାନରେ ଏଭଳି ସ୍ଥଳେ ପ୍ରଥମେ ଛଅ ମାସ ଓ ପରେ ଛଅ ମାସର ରାଷ୍ଟ୍ରପତି ଶାସନ ଜାରି ହେବାର ବ୍ୟବସ୍ଥା ରହିଛି । ନିର୍ବାଚନ କମିଶନ ଯେତେ କୋଭିଡ୍‌ କଟକଣା ଜାରି କଲେ ମଧ୍ୟ ପଶ୍ଚିମ ବଙ୍ଗଳା ଭଳି ସ୍ଥିତି ଉକ୍ତ ୫ଗୋଟି ରାଜ୍ୟରେ ହେବା ଅବଶ୍ୟମ୍ଭାଭି ।

ସବୁଠାରୁ ବିସ୍ମୟକର କଥା ହେଲା ପଂଚାୟତ ନିର୍ବାଚନ ଘୋଷଣା, କାରଣ ବିରୋଧି ଦଳଙ୍କ ଦାବୀ ମତେ ୩/୪ ମାସ ପଂଚାୟତ ନିର୍ବାଚନ ଘୁଞ୍ଚାଇ ଦେଇଥିଲେ କିଛି ଅସୁବିଧା ହୋଇ ନ ଥାନ୍ତ କିମ୍ବା କୌଣସି ସାଂବିଧାନିକ ସଂକଟ ସୃଷ୍ଟି ହୋଇ ନ ଥାନ୍ତା । କୋଭିଡ୍‌ କଟକଣା ଘୋଷାନ ହୋଇଥିଲେ ମଧ୍ୟ ପଂଚାୟତ ନିର୍ବାଚନରେ ଏହାକୁ କେହି ମାନିବାର ସଂଭାବନା ନାହିଁ । ଏହାଦ୍ୱାରା ନିର୍ବାଚନରେ ଅସାଧୁ ଡକାୟତ ଅର୍ଥ, ମଦ ଓ ଗୁଣ୍ଡାମୀ କାରବାର ଜୋର୍‌ସୋର୍‌ରେ ବଢିବ । ରାଜ୍ୟ ସାରା ପଂଚାୟତ ନିର୍ବାଚନ ହୋଇଥିବା ଦୃଷ୍ଟିରୁ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇ ନପାରେ । ଏହାଛଡା ଏଭଳି ନିର୍ବାଚନ ଯୋଗୁଁ କୋଭିଡ୍‌-୧୯ର ଭୟାବହତା ପ୍ରତି ଲୋକଙ୍କ ଆଉ ଭ୍ରୁକ୍ଷେପ ରହିବ ନାହିଁ ଓ ନିର୍ବାଚନ ପରେ ପରିସ୍ଥିତି ଅସଂଭାଳ ହୋଇପାରେ । ତେଣୁ ମାନବିକ ଦୃଷ୍ଟି କୋଣରୁ ଓ ଗଣତନ୍ତ୍ରର ସୁସ୍ଥ ପରଂପରାକୁ ବଜାୟ ରଖିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ସରକାର ଘୋଷିତ ପଂଚାୟତ ନିର୍ବାଚନକୁ ଅନ୍ୟୁନ ୬ ମାସ ପାଇଁ ସ୍ଥଗିତ ରଖିବାକୁ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବୀ କରିଛନ୍ତି ।

Leave A Reply

Your email address will not be published.