pakka

ପଞ୍ଚାୟତ ନିର୍ବାଚନରେ ଦେଓଗାଁ ବ୍ଲକର ୩୧୩ଟି ୱାର୍ଡ ମଧ୍ୟରୁ ୫୩ଟି ୱାର୍ଡ଼ ଅତି ସମ୍ବେଦନଶୀଳ ନିର୍ବାଚନରେ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ କଡ଼ା ନଜର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୨୨ତାରିଖ ଦିନ ଦେଓଗାଁ ବ୍ଳକରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଜାର ପ୍ରସ୍ତୁତି ଚାଲିଛି । ବୁଧବାର ଦିନ ଅପରାହ୍ନରେ କିଛି ପଞ୍ଚାୟତରେ ପୁଲିସ ପ୍ରଶାସନ ପକ୍ଷରୁ ଫ୍ଲାକ ମାର୍ଚ୍ଚ କରାଯାଇଛି । ଅନ୍ୟପକ୍ଷରେ ଦେଓଗାଁ ବ୍ଳକର ମୋଟ ୩୧୩ଟି ୱାର୍ଡ଼ ମଧ୍ୟରୁ ୧୦୦ଟି ୱାର୍ଡ଼କୁ ସମ୍ବେଦନଶୀଲ ବୋଲି ଚିହ୍ନଟ କରାଯାଇଥିବା ବେଳେ ୫୩ଟି ୱାର୍ଡ଼କୁ ଅତିସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ଦେଓଗାଁ ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ପାଇଥିବା ସୂଚନା ଅନୁସାରେ ଦେଓଗାଁ ବ୍ଳକ ଦେଓଗାଁ ସଦର ପଞ୍ଚାୟତର ସମସ୍ତ ୧୧ଟି ୱାର୍ଡ଼କୁ ଅତିସମ୍ବେଦନଶୀଲ ଭାବେ ଚିହ୍ନଟ କରାଯାଇଥିବା ବେଳେ ମୋଟ ୨୬ଟି ପଞ୍ଚାୟତ ମଧ୍ୟରୁ ୧୬ଟି ପଞ୍ଚାୟତର ୫୩ୱାର୍ଡ଼କୁ ଅତିସମ୍ବେଦନଶୀଲ କରାଯାଇଛି । ବଲାଙ୍ଗିର ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ବୁଧବାର ଅପରାହ୍ନରୁ ହାତୀସରା, ଦେଓଗାଁ, ଜରାସିଂହା ଓ ସାଲେପାଲି ଗାଁରେ ଫ୍ଲାକ ମାର୍ଚ୍ଚ କରି ଲୋକଙ୍କୁ ସଚେତନ କରିଥିବା ଦେଖାଯାଇଛି ।

Leave A Reply

Your email address will not be published.

eighteen − four =