pakka

ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ପଞ୍ଚତାରକା ଡାକ ଗ୍ରାମ ମାନ୍ୟତା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୁରୁବାର ପବିତ୍ର ଉତ୍କଳ ଦିବସ ଅବସରରେ ବ୍ରହ୍ମପୁର ଡାକ ମଣ୍ଡଳ ଅଧୀନସ୍ଥ ଛତ୍ରପୁର ଉପ ଡାକମଣ୍ଡଳ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ଡାକ ବିଭାଗ ପକ୍ଷରୁ ପଞ୍ଚତାରକା ଡାକ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଗ୍ରାମରେ ଡାକ ବିଭାଗୀୟ ଦିଲ୍ଲୀ ସ୍ତରୀୟ ଅତିଥିଙ୍କ ଆଗମନ ହୋଇଛି ଏବଂ ଗ୍ରାମ୍ୟ ଗୋଷ୍ଠୀକୁ ନେଇ ଏକ ସାଧାରଣ ସଭା ଛତ୍ରପୁର ସହକାରୀ ଡାକ ଅଧୀକ୍ଷିକା ଶ୍ରୀମତୀ କିରଣବାଳା ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆଦିଲ୍ଲୀର ଭାରତୀୟ ଡାକ ବିଭାଗ ସଚିବ ପ୍ରଦୀପ୍ତ କୁମାର ବିଷୋୟୀ, ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ କର୍ଣ୍ଣେଲ ଜଳେଶ୍ବର କହଁର, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀ ଏବଂ ଆମନ୍ତ୍ରିତ ଅତିଥି ଭାବେ ସ୍ଥାନୀୟ ‌ୱାର୍ଡ ମେମ୍ବର ନାଇଡୁ ଡି କ୍ରିଷ୍ଣା ଯୋଗ ଦେଇଥିଲେ । କାର୍ୟ୍ୟକ୍ରମର ଆରମ୍ଭରେ ଗ୍ରାମଵାସୀ ଏକତ୍ରିତ ହୋଇ ଶଙ୍ଖ, ବାଦ୍ୟ ଓ ହୁଳହୁଳି ସହ ସମସ୍ତ ଅତିଥିଙ୍କୁ ଗ୍ରାମ ପରିକ୍ରମା ସହ ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଡାକ ସଚିବ ଶ୍ରୀ ବିଷୋୟୀ କହିଥିଲେ ଯେ ଦିଲ୍ଲୀରୁ ପଲ୍ଲୀ ପର୍ୟ୍ୟନ୍ତ ଡ଼ିଜିଟାଲ ଡାକ ସେବା ବର୍ତ୍ତମାନ ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରୁଛି । ଏବଂ ଭାରତ ସରକାରଙ୍କ ଜାତୀୟ ସଞ୍ଚୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଡାକ ଜୀବନ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଭଳି ୫ଟି ବହୁମୁଖୀ ସେବା ଏବେ ଗ୍ରାମୀଣ ଡାକ ସେବାର ନୂଆଁ ପରିଚୟ ପାଲଟିଛି । ଆଗାମୀ ଦିନରେ ଏହା ଆର୍ଥିକ ନିବେଶକୁ ପ୍ରୋତ୍ସାହିତ କରିବା ସହ ଡ଼ିଜିଟାଲ ଇଣ୍ଡିଆକୁ ନୂଆ ଗତି ପ୍ରଦାନ କରିବ ।

ପ୍ରକାଶ ଥାଉ କି, ଭାରତ ସରକାରଙ୍କ ଉପରୋକ୍ତ ୫ଟି ବହୁମୂଖୀ ସେବା ପାଉଥିବା ଶତାଧିକ ଗ୍ରାହକ ବିଶିଷ୍ଟ ଯେକୌଣସି ଗ୍ରାମକୁ ଡାକ ଵିଭାଗ ପକ୍ଷରୁ ‘ପୋଷ୍ଟାଲ ଫାଇଭ ଷ୍ଟାର ଭିଲେଜ’ ମାନ୍ୟତା ପ୍ରଦାନ କରାଯାଇଥାଏ । ଏହି କ୍ରମରେ ଉପରୋକ୍ତ ସମସ୍ତ ମାନଦଣ୍ଡ ପୂରଣ କରୁଥିବାରୁ ଶ୍ରୀରାମଚନ୍ଦ୍ରପୁର ଗ୍ରାମକୁ ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ‘ପୋଷ୍ଟାଲ ଫାଇଭ ଷ୍ଟାର ଭିଲେଜ’ ମାନ୍ୟତା ପ୍ରଦାନ କରିଛନ୍ତି । ଏହା ସହ ଡାକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀରାମଚନ୍ଦ୍ରପୁର ଶାଖା ଡାକପାଳିକା ଶିବାନୀ ପାଢୀ ଓ ଉପ ଶାଖା ଡାକପାଳ ପି. କୂର୍ମେୟାଙ୍କୁ ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଆୟୋଜିତ ସଭାରେ ବହୁ ସଂଖ୍ୟାରେ ଗ୍ରାମଵାସୀ ଯୋଗ ଦେଈଥିଲେ । କାର୍ୟ୍ୟକ୍ରମକୁ ଓଭରସିୟର ରଜନୀ ପାଢୀ ଓ ବ୍ୟବସାୟିକ କାର୍ୟ୍ୟନିର୍ବାହୀ ଗୌରହରି ପଣ୍ଡା ପରିଚାଳନା କରିଥିବା ବେଳେ ପ୍ରତାପ ସେଠୀ ସହଯୋଗ କରିଥିଲେ । ସହକାରୀ ଡାକ ଅଧୀକ୍ଷକ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × 2 =