csstore

ଶ୍ରୀ ଶ୍ରୀ ରାଧେଶ୍ୟାମ ଫାଉଣ୍ଡେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି, ଜଳ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ଛତ୍ରପୁର ରାଧେଶ୍ୟାମ ଫାଉଣ୍ଡେସନ୍‌ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ସଭାପତି ତଥା ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ରଙ୍କ ପରିଚାଳନାରେ ପୋଷ୍ଟ ଅଫିସ ରୋଡ଼୍‌ ନିକଟରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ସମ୍ପାଦିକା ଝିଲି ବାଳା ରାଉତ, ଯୁଗ୍ମ ସମ୍ପାଦିକା ଗୀତା ସାହୁ, ଗଞ୍ଜାମ ଏନଏସିର ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଗୌରୀଶଙ୍କର ପାଢ଼ୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ରକ୍ରମରେ ସାମିଲ ହୋଇଥିଲେ । ସ୍ଥାନୀୟ ଜନସାଧାରଣ ଏବଂ ବହୁ ବାଟୋଇଙ୍କୁ ପଣା ବଣ୍ଟନ କରିଥିଲେ । ଏ ନେଇ କାଉନସିଲର ଶ୍ରୀ ମିଶ୍ର, ସମାଜସେବୀ ଅଟଳ ବିହାରୀ ପଟ୍ଟନାୟକ ଓ ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓଙ୍କ ସକ୍ରିୟ ଯୋଗଦାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.