csstore

ବାଲାଜୀ କଲେଜ ଅଫ୍‌ ନର୍ସିଂରେ ପୋସ ଦିନ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଜାତୀୟ ରାଜପଥରେ ବାଲାଜୀ କଲେଜ ଅଫ୍‌ ନର୍ସିଂ ତରଫରୁ କର୍ମକ୍ଷେତ୍ରରେ ମହିଳାମାନେ କିଭଳିି ନର୍ଯ୍ୟାତନା ନ ହେଲେ ସେ ଦିଗରେ ପୋସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ସିଂ ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାବିଧି ସଂପାଦକ ପବିତ୍ର ନନ୍ଦ ପଧାନ, ସମ୍ମାନିତ ଅତିଥି ଭାବେ ଡିଏସ୍‌ପି ଆୟୁସିଏଡବ୍ଲୁ କୋମଳ କୁମାର ପଣ୍ଡା, ଡିଏସ୍‌ପି ଏଚ୍‌ଆରପିସି ବଲାଙ୍ଗିର ତାରାବତି ପଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିବା ରିଡର ଅଫ୍‌ ସଂସ୍କୃତ ସୁରେଶ ଷଡଙ୍ଗୀ ଏବଂ ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ଯୋଗ ଦେଇଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ କଲେଜର ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲ ସମ୍ମାନିତ କରିଥିଲେ । ଅତିଥି ଗହଣରେ କଲେଜର ପରିଚାଳନା ନିର୍ଦ୍ଦେଶକ କୈଳାସ ଅଗ୍ରୱାଲ ଏବଂ ଦ କୁଇନ ଇଣ୍ଟର ନେସନାଲ ସ୍କୁଲର ନିର୍ଦ୍ଦେଶିକା ସୁଜାତା ଅଗ୍ରୱାଲ, ଆଇସିସି ସାଇବର ଭାରତୀ ନୟକ ଉପସ୍ଥିତ ଥିଲେ । ବର୍ତ୍ତମାନ ସମୟରେ ପୁରୁଷମାନଙ୍କ ଅପେକ୍ଷା ନାରୀ ମାନେ ଅତ୍ୟଧିକ ମାତ୍ରାରେ କର୍ମକ୍ଷେତ୍ରରେ ନିଯୁକ୍ତି ହେଇଛନ୍ତି । ତାଙ୍କ କର୍ମକ୍ଷେତ୍ରରେ କିଭଳି ନିର୍ଯ୍ୟାତନା ନ ହେବେ ସେ ଦିଗରେ ଅତିଥିଗଣ ପ୍ରାଞ୍ଜଳ ଭାବରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରେଇବା ସହ ବାଲାଜୀ କଲେଜ ଅଫ୍‌ ନର୍ସିଂ ପୋସ ଏକ୍ଟ କମିଟି ଗଠନ ହୋଇଥିବା ସୂଚନା ନିର୍ଦ୍ଦେଶକ ଅଭିଳାଷ ଅଗ୍ରୱାଲ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ବାଲାଜୀ କଲେଜ ଅଫ୍‌ ନର୍ସିଂ ଝିଅମାନଙ୍କ ତରଫରୁ ନିର୍ଯ୍ୟାତନା ସମ୍ପର୍କୀୟ ଡ୍ରାମା ପରିବେଷଣ କରିଥିଲେ । ପରିଶେଷରେ କଲେଜର ଅଧ୍ୟାପିକା ସୁଶ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.