csstore

ସାଇଭେଲି ୱାର୍ଲ୍ଡ ସ୍କୁଲର ୧୪ତମ ବାର୍ଷିକୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜମୁନାନାକି ସ୍ଥିତ ସାଇଭେଲି ୱାର୍ଲ୍ଡ ସ୍କୁଲର ୧୪ତମ ବାର୍ଷିକୋତ୍ସବ ସ୍କୁଲ୍ ପରିସରରେ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ମମତା ନାୟକ ଓ ନିର୍ଦ୍ଦେଶକ ଗଣେଶ୍ୱର ପଟ୍ଟନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର କୂଳପତି ପ୍ରଫେସର ଡ଼ଃ. ଅମୂଲ୍ୟ କୁମାର ରଥ ମୁଖ୍ୟ ଅତିଥି, ମ୍ୟୁନିସିପାଲ କଲେଜର ପ୍ରାକ୍ତନ ପ୍ରଫେସର ଆଦିତ୍ୟ ପ୍ରକାଶ ମହାନ୍ତି, ଅନୁଷ୍ଠାନର ସଭାପତି ଧନମାନ ସାଓ, ଉପସଭାପତି କୁନାଲ ସାଓ, ସମ୍ପାଦକ ବିବେକ ସାଓ, ଟ୍ରଷ୍ଟି ପୁଷ୍ପା ସାଓ, ରାମଚନ୍ଦ୍ର ସାଓ, ନେହା ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ସ୍କୁଲର ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ଜଣେ ଭଲ ମଣିଷ ହେବାପାଇଁ ଆହ୍ୱାନ ଦେଇଥିଲେ । ସଂସ୍କାର, ଗୁରୁଜନଙ୍କୁ ସମ୍ମାନ, ଅଧ୍ୟବସାୟ, କ୍ରୀଡା, ସମାଜରେ ଅବହେଳିତଙ୍କ ପାଇଁ ଦୟା ଭାବ ପୋଷଣ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଶିକ୍ଷୟିତ୍ରୀ କରଣଦୀପ ରାଣାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ସ୍କୁଲର ଆଭିମୁଖ୍ୟ ସହ ୨୦୨୩-୨୪ର ବିଭିନ୍ନ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଚାରୁ ଚୌହାନ, ଛାତ୍ରୀ ଇଶା ଜୈଶ୍ୱାଲ, ପ୍ରତ୍ୟାଂକ୍ଷା ସାମଲ ଓ ଦୀପ ହାଜରାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଓଡିଆ ନାଟକ, ଇଂରାଜୀ ନାଟକ, ହିନ୍ଦୀ ନାଟକ, ପଞ୍ଜାବୀ ନୃତ୍ୟ, ଯୋଗ ଆଦି ପ୍ରଦର୍ଶିତ ହୋଇଥିଲା । ଅତିଥି ଗଣ କ୍ରୀଡା, ଶିକ୍ଷା, ଏନ୍‌ସିସି ଆଦିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଉପାଧ୍ୟକ୍ଷ ଭଗବାନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଅଭିଭାବକ ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.