csstore

ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ – ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ,୨୦୨୪ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଗୌରମ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ପ୍ରଭାତ ମହାପାତ୍ର ଯୋଗଦେଇ ୧୯୯୯ ମହାବାତ୍ୟାର ବିଭୀଷିକା ବର୍ଣ୍ଣନା କରି ଉପସ୍ଥିତ ଜନତାଙ୍କୁ ଆଗାମୀ ଯେକୌଣସି ବିପର୍ଯ୍ୟୟ ପାଇଁ ସଜାଗ ରହିବାକୁ ମତବ୍ୟକ୍ତ କରିଥିଲେ । ସଚେତନତା ହିଁ ସତର୍କତାର ଚାବିକାଠି, ଆଜି ଓଡିଶା ବିପର୍ଯ୍ୟୟ ପରିଚାଳନାରେ ଦେଶର ପ୍ରମୁଖ ରାଜ୍ୟ ଭାବରେ ପରିଗଣିତ ଏବଂ ଜିରୋ କାଜୁଆଲିଟି ସହ ଜିରୋ ଟଲେରାନ୍ସ ହାସଲ କରିପାରିଛି । ଓଡିଶା ଆଜି ସାରା ବିଶ୍ୱରେ ବିପର୍ଯ୍ୟୟ ପ୍ରସ୍ତୁତିରେ ରୋଲମଡେଲ ହୋଇଛି । ଜିଲ୍ଲାସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମସ୍ତେ ସଜାଗ ଓ ସଚେତନ ରହିଲେ ବିପର୍ଯ୍ୟୟକୁ ପ୍ରତିହତ କରିହେବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ହୋଇଥିବା ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାର ପ୍ରାରମ୍ଭରେ ୧୯୯୯ ମହାବାତ୍ୟାରେ ପ୍ରାଣ ହରାଇ ଥିବା ଅମୂଲ୍ୟ ଜୀବନ ମାନଙ୍କୁ ସମ୍ମାନ ଜଣାଇ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ରବୀନ୍ଦ୍ର ମଣ୍ଡପ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ଅପଦା ମିତ୍ର ସ୍ୱେଚ୍ଛାସେବୀ ଦଳକୁ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରସ୍କାର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.