csstore

ସିନାପାଲିରେ ଗାୟତ୍ରୀ ଜୟନ୍ତୀ ଓ ଶ୍ରୀରାମ ଶର୍ମାଙ୍କ ମହାପ୍ରୟାଣ ଦିବସ ପାଳିତ

ସିନାପାଲି, (ନିରାକାର ମେହେର) : ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ମାଁ ଗାୟତ୍ରୀଙ୍କ ଜୟନ୍ତୀ ଏବଂ ଗୁରୁଦେବ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଛି । ଏହି ଅବସରରେ ଗାୟତ୍ରୀ ପରିଜନଙ୍କ ଦ୍ୱାରା ଦିନ ତମାମ ଜପ କରାଯିବା ସହ ପୀଠରେ ଏକ କୁଣ୍ତୀୟ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା । ଏହି ଅବସରରେ ସଂଧ୍ୟାରେ ଦୀପଯଜ୍ଞ କରାଯାଇ ଥିବା ବେଳେ କାର୍ଯ୍ୟକ୍ରମରେ ଅଂଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଯଜ୍ଞର କର୍ତ୍ତା ଭାବରେ ମୁନେଶ ଅଗ୍ରୱାଲ ଓ ପ୍ରୀତି ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିସହ ଏହିଦିନ କାପସିର ଝାଙ୍କର ନରୋତ୍ତମ ମାଝୀଙ୍କ ଦ୍ୱାରା ପୂଜା ଅର୍ଚ୍ଚନା ପରେ ଆଗାମୀ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ନିମନ୍ତେ ବିଧି ଅନୁଯାୟୀ ଯଜ୍ଞସ୍ଥଳ ସଫା କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା । ସମସ୍ତ କାର୍ଯ୍ୟକୁ ଶକ୍ତିପୀଠର ସଭାପତି ଶଶିଭୂଷଣ ମାଝୀ, ସଂପାଦକ ତ୍ରୀନାଥ ମେହେର, ତରୁଣ କୁମାର ମେହେର, ହୀରାଲାଲ ଅଗ୍ରୱାଲ, ଦିନେଶ ମେହେର, ମଧୁ ପାତ୍ର, ଶ୍ରୀକାନ୍ତ ମେହେର, ଅଗସ୍ତି ମେହେର, ନୀରୁପମା ମେହେର, ଗୀତାଞ୍ଜଳି ମେହେର, ପିଙ୍କି ମେହେର, ଡେଜି ମେହେର, ନମିତା ମେହେର ପ୍ରମୁଖ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.