ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ

ସିନାପାଲି, (ନିରାକାର ମେହେର) : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଗାମୀ ରଥଯାତ୍ରା ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ଅଣସର ନିତି, ନେତ୍ରୋତ୍ସବ, ରଥଯାତ୍ରା, ହେରାପଂଚମୀ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧର ପଣା, ନିଲାଦ୍ରୀ ବିଜେ ଆଦି ପାଳନ ନିମନ୍ତେ ବିଶଦ ଆଲୋଚନା ହୋଇଥିଲା । କରୋନା କଟକଣା କାରଣରୁ ଗତ ଦୁଇବର୍ଷ ରଥଟଣା ବନ୍ଦ ରହିଥିବା ଯୋଗୁଁ ଏବର୍ଷ ପ୍ରବଳ ଜନସମାଗମର ଆଶା ଥିବାରୁ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି । କମିଟି ସଂପାଦକ ତୁଳସୀରାମ ମେହେର କାର୍ଯ୍ୟକ୍ରମ ଗୁଡ଼ିକର ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନା କରିଥିବା ବେଳେ ବ୍ୟବସ୍ଥିତ ପରିଚାଳନା ନିମନ୍ତେ ସେବାୟତମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ସୂଚନାଯୋୠ୍ୟ ଯେ, ୨୦୧୪ରେ ଗଜପତି ଦିବ୍ୟ ସିଂହ ଦେବଙ୍କ ଉପସ୍ଥିତିରେ ସିନାପାଲିରେ ଭବ୍ୟ ମନ୍ଦିରର ପ୍ରତିଷ୍ଠା ପରେ ପ୍ରତିବର୍ଷ ଏଠାରେ ଆଡ଼ମ୍ଭର ସହକାରେ ଶ୍ରୀଜିଉଙ୍କ ତିନୋଟି ରଥ ଟଣାଯାଇ ଆସୁଛି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡମ୍ୱରୁଧର ମେହେର, ଫଣିଂଦ୍ରନାଥ ମେହେର, କ୍ଷୀରସିନ୍ଧୁ ମେହେର, ନାରାୟଣ ପାତ୍ର, ଦୁଷ୍ଟାନ୍ତର ମେହେର, ଗୋଲାମଣି ସା, ନରହରୀ ମେହେର, ଚିନ୍ତାମଣି ସାହୁ, ଲୋକନାଥ ମେହେର, ସୁବାଷ ଅଗ୍ରୱାଲ, ମଧୁରାମ ମେହେର, ନନ୍ଦକୁମାର ପାତ୍ର, ମେଘନାଦ ମେହେର, ମନୀଷ ପଟେଲ, ତପେଶ୍ୱର ମେହେର, ରୂପେଶ ଚଂଦ୍ର ମେହେର, ବିଦ୍ୟାଧର ମେହେର, ଅମିତ ଜୈନ, ଖୁସିରାମ ମେହେର, ହୀରାଲାଲ ଅଗ୍ରୱାଲ, ମେଢ଼ ମେହେର, ଚଂଦ୍ର ଶେଖର ମେହେର, ରୋହିତ ମେହେର, ତରୁଣ ମେହେର, ବୈଷ୍ଣବ ମେହେର, ଶଙ୍କର ମେହେର, ଧୃବଚରଣ ମେହେର, ଶିବପ୍ରସାଦ ମେହେର, କୃଷ୍ଣରାମ ମେହେର, ଉଦ୍ଧବ ମେହେର, ରାମକୃଷ୍ଣ ମେହେର, ହାଡ଼ୁରାମ ମେହେର, ରୂଷଭ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ନବୀନ ଚଂଦ୍ର ମେହେର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

four × 5 =