ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ରାଉରକେଲା ୟୁନିଟ୍ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସେକ୍ଟର -୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୨୫ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବିଣ କୁମାର ଶର୍ମା ଓ ଅନ୍ୟ ନିମନ୍ତ୍ରିତ ଅତିଥି ଏବଂ ବିଚାରପତି ମାନଙ୍କ ସହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁ । ସଚିବ ନିରଞ୍ଜନ ବେହେରା ସ୍ଵାଗତ ଭାଷଣ ରଖିଥିଲେ ଏବଂ ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ସଂଯୋଜନା କରିଥିଲେ । ୟୁଥ୍ ହଷ୍ଟେଲ ରାଉରକେଲା ୟୁନିଟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଏନ୍ଆଇଟିର ଡିନ୍ ଚନ୍ଦନ କୁମାର ସାହୁ ମୁଖ୍ୟ ଅତିଥି ଓ ଅନୁବିନ୍ଦା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଉଭୟ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଗ୍ଲୋବାଲ ୱାର୍ମିଙ୍ଗ ସହିତ ବର୍ତ୍ତମାନର ପରିବେଶ ସମସ୍ୟା ଉପରେ ନିଜର ମତ ଉପସ୍ଥାପନା କରିଥିଲେ । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆଖପାଖ ଅଞ୍ଚଳକୁ ସଫା ରଖିବା, ସବୁଜ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଦ୍ଵାରା ଅଧିକ ବୃକ୍ଷ ରୋପଣ ପାଇଁ ଗୁରୁତ୍ଵାରୋପ କରିଥିଲେ । ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଏବଂ ସଭାପତିଙ୍କ ଦ୍ଵାରା ଉଭୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃ କରାଯାଇଥିଲା । ସେହିପରି ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ଵାରା ରାଉରକେଲାର ସାଇକେଲ୍ ଚାଳକ ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଗଠନର ସରୋଜ ପଟ୍ଟନାୟକ, ଉପସଭାପତି ଅମିତାଭ ଠାକୁର, ଦେବାଶିଷ ମହାନ୍ତି, ନୀଳମଣି ମହାପାତ୍ର, ବିଜୟ କୁମାର ପଣ୍ଡା, ସୁରେଶ କୁମାର ଦାସ, ଆନନ୍ଦ ଅଗ୍ରୱାଲ, ନିରଞ୍ଜନ ସାମଲ, ସମରକାନ୍ତ ମଲ୍ଲିକ, ସୁଚିତ୍ରା ମଲ୍ଲିକ, ଲୁସି ଦାସ, ସୁନନ୍ଦା ସାମଲ, ମିନାକ୍ଷୀ ପାଢୀ, କାମିନି ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଉଦ୍ଘୋଷିକା ମୋନାଲିସା ଗୌଡ ମଞ୍ଚ ସଂଯୋଜନା କରିଥିଲେ ।
Next Post