jsm

ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ ୪୫ତମ ପ୍ରତିଷ୍ଠା ଦିବସ ତଥା ଆନ୍ତର୍ଜାତିକ ମହିଳା ଦିବସ ପାଳିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ ୪୫ତମ ପ୍ରତିଷ୍ଠା ଦିବସ ତଥା ଆନ୍ତର୍ଜାତିକ ମହିଳା ଦିବସ ମାରୱାଡି ସେବା ସଦନ ଠାରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ରାଜେଶ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୋଲିସ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ରୋଟାରିଆନ ବିଷ୍ଣୁ ପ୍ରସାଦ କେଡିଆ ସଭା ସଂଯୋଜନା କରିଥିବା ବେଳେ ମନୋନୀତ ଅଧ୍ୟକ୍ଷ ସଂଜୟ ଅଗ୍ରୱାଲ ଧନ୍ୟବାଦ ଜ୍ଞାପନ କରିଥିଲେ । କ୍ଲବ ସଂପାଦକ କହ୍ନେଇଲାଲ ଅଗ୍ରୱାଲ ତଥା ଇନ୍‌ୱିଲ କ୍ଲବର ଅଧ୍ୟକ୍ଷା ସବିତା ଜୈନ ଏବଂ ସଂପାଦିକା ମୀରା ଗୋୟଲ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଣା ସରକାରଙ୍କର ମହିଳାମାନଙ୍କ ପ୍ରତି ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନଙ୍କ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ କୁଶଲକର ବଲାଙ୍ଗିର ପୋଲିସ ଦ୍ୱାରା ମହିଳାମାନଙ୍କୁ ସବୁ ପ୍ରକାର ସୁରକ୍ଷା ଦେବା ସଙ୍ଗେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ନିନ୍ଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ । ଏହି ସଭାରେ ଅଭିସ୍ମିତା ଶ୍ୟାମଳୀ ମିଶ୍ରଙ୍କ ସର୍ବଭାରତୀୟ ସ୍ତରରେ କ୍ଲାଟ ପରୀକ୍ଷାରେ ୭୬ ନମ୍ବର ପାଇ ଜିଲ୍ଲାକୁ ଗୌରବ ଆଣିଥିବାରୁ ତଥା ମାରୱାଡି ମହିଳା ସମିତି ଅଧ୍ୟକ୍ଷା ନିରୁଦେବୀ ଅଗ୍ରୱାଲଙ୍କୁ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଏବଂ କୋଭିଡ୍‌ ୧୯ ସଚେତନତା ପାଇଁ ମାରାଥନ ଦୌଡ କରିଥିବାରୁ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ସହର ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.