csstore

ଚନ୍ଦନଭାଟି ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ କିମ୍ବଦନ୍ତୀ କ୍ରୀଡାବିତ୍‌ ଧ୍ୟାନଚାନ୍ଦଙ୍କ କ୍ରୀଡା ପ୍ରତିଭା ଅତୁଳନୀୟ ବୋଲି କହିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଚନ୍ଦ୍ରଶେଖର ମେହେର ଛାତ୍ର ଛାତ୍ରୀମାନଙ୍କୁ କ୍ରୀଡାର ମହତ୍ୱ ଉପରେ ଆଲୋକପାତ କରିବା ସହ ଜାତୀୟ ସ୍ତରରେ କ୍ରୀଡାବିତ୍‌ ମାନଙ୍କ ନିପୁଣ କ୍ରୀଡା କୌଶଳ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ମେହେର, ସତ୍ୟବ୍ରତ ମିଶ୍ର, ସୀତାଂଶୁ ଶେଖର ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ବସନ୍ତ ମଟାରୀ, ପ୍ରଭୁଦତ୍ତପ୍ରଧାନ, ପୁରନ୍ଦର ଭୋଇ, ରବିନାରାୟଣ ସେଠ, ପଦ୍ମନାଭ ବୁଡେକ, ଶିକ୍ଷୟିତ୍ରୀ ରଶ୍ମିତା ମଞ୍ଜରୀ ପଧାନ, ଝିଲ୍ଲୀ ସାହୁ, ବିନ୍ଦିଆ ବାର୍ଲା, ସୁଷମା ଭୋଇ, ଶୁଭଶ୍ରୀ ନାୟକ, ଶିକ୍ଷା କର୍ମଚାରୀ ପିଙ୍କି ନାୟକ, ସସ୍ମିତା ବଗର୍ତି ପ୍ରମୁଖ ଜାତୀୟ କ୍ରୀଡା ଦିବସର ଅନୁଚିନ୍ତା ସହ ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.