csstore

ପଡିଆବାହାଲରେ ବାବା ସାହେବ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଛତାମଖନା ପଂଚାୟତ ଅନ୍ତର୍ଗତ ପଡିଆବାହାଲ ଗାଁଠାରେ ବାବା ସାହେବ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପଂଚାୟତର ପୂର୍ବତନ ସରପଂଚ ଜନ୍ମ ବାରିକଙ୍କ ଆବାହକତ୍ୱରେ ତଥା ମୂରଲୀ ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀସେନ ସୁନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ଓମ ପ୍ରକାଶ କୁମ୍ଭାର, ଗଣ୍ଡବଜା ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦ, ବଲାଙ୍ଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଲଳିତା ଦୀପ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ମୁଗ୍ରୀ, ଦ୍ରୋଣ କୁମ୍ଭାର, ତରଣୀସେନ ଦୀପ ଓ ପୂର୍ଣ୍ଣଚନ୍ଦ୍ର ପାଇକ ପ୍ରମୁଖ ଯୋଗ ଦେଇଥିଲେ । ବାବା ସାହେବ କୌଣସି ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ମଧ୍ୟରେ ସିମିତ ନାହାନ୍ତି । ସେ ସମଗ୍ର ମାନବ ଜାତି ପାଇଁ ସଂର୍ଘଷ କରୁଥିଲେ । ବାସ୍ତବରେ ସେ ମାନବବାଦର ପ୍ରତୀକ ଥିଲେ ବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆବାହକ ଶ୍ରୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବାବା ସାହେବ ଉପରେ ସଂଗୀତ ପରିବେଷଣ କରିଥିଲେ । ମଂଚ ପରିଚାଳନା କରିଥିଲେ ଚିତ୍ତ ରଂଜନ ଗହିର । ସଭା ପରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପଦାର୍ଥ ନନ୍ଦ ।

jayashree
Leave A Reply

Your email address will not be published.