ତିଳଯୋଡିଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଭବାନୀପାଟଣା, (ପି.କେ ସାହୁ) : ଦୀର୍ଘ ବର୍ଷର ଗବେଷଣା ପରେ ୧୯୨୮ ମସିହା ମାର୍ଚ୍ଚ ୨୪ ତାରିଖରେ ଯକ୍ଷ୍ମା ରୋଗ ପାଇଁ ଦାୟି ବ୍ୟାକଟେରିଆକୁ ଚି଼ହ୍ନଟ କରାଯାଇଥିଲା । ସେହି ଦିନକୁ ସ୍ମରଣ କରିବାପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଏ । ଲୋକଙ୍କୁ ଯକ୍ଷ୍ମା ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ । ଏହାର ମୂଳୋତ୍ପାଟନ ପାଇଁ ସମସ୍ତେ ନିଜ ଦାୟିତ୍ୱ ପ୍ରତି ସଚେତନ କରିବା ଆବଶ୍ୟକ ରହିଛି । ଏହାକୁ ଆଖି ଆଗରେ ରଖି ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଓ ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ମିଳିତ ଉଦ୍ୟମରେ ତିଳଯୋଡିଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଗାଁରେ ଏକ ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା । ରୋଗ ଓ ଏହାର ନିରାକରଣ ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ସ୍ୱେଚ୍ଛାସେବୀମାନେ ଗାଁର ବିଭିନ୍ନ ପଡାକୁ ଯାଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଙ୍ଗନୱାଡି ଦିଦି ଶ୍ରୀମତୀ ଦ୍ରୋପଦୀ ନାଏକ ଯୋଗ ଦେଇ ଉପସ୍ଥିତ ସ୍ୱେଚ୍ଛାସେବୀମାନଙ୍କୁ ଏହି ଦିବସ ବିଷୟରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀମତୀ ଜୁଲି ଯୋଶୀ, ସମ୍ପାଦକ ଯଶୋବନ୍ତ ରଣା ଯୁଗ୍ମ ସମ୍ପାଦକ ତୋଫାନ ମାଝୀ ଯୋଗ ଦେଇ ରାଲି କାର୍ଯ୍ୟକୁ ସୁପରିଚାଳନା କରିଥିଲେ । ସେହିପରି ସଂଗଠନର ନିରୁପମା ଦୁର୍ଗା, ମହେନ୍ଦ୍ର ନାଏକ, ପୂଜା ବାଗ, ଅଞ୍ଜଳି ମାଝୀ, ନମିତା ମାଝୀ, ଖେମା ଶବର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

18 + fourteen =