csstore

୮୦ତମ ୟୁକୋ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ହାଟବାୟା ବଜାର ସ୍ଥିତ ସର୍ବପୁରାତନ ଜାତୀୟକରଣ ବ୍ୟାଙ୍କ ୟୁକୋ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ବ୍ୟାଙ୍କ ପରିସରରେ ୮୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ପ୍ରଧାନ, ସହକାରୀ ପରିଚାଳକ ଦେବବ୍ରତ କୁଣ୍ଡୁ, ଫିଲ୍ଡ ଅଫିସର ସୁନିଲ କୁମାର ମିଶ୍ର, ମୁଖ୍ୟ କୋଷାଧ୍ୟକ୍ଷ ବିଘ୍ନେଶ ପ୍ରସାଦ ବିଶ୍ୱାଳ, କ୍ୟାସିୟର ସରସ୍ୱତୀ ପଣ୍ଡା, ଆୟୁବ ଖାଁ, ବିସି ଜ୍ୟୋତି ରଜଂନ ପାତ୍ର ଓ ଦୀପକ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିଷ୍ଠା ଦିବସକୁ ଆନନ୍ଦ ଉତ୍ସାହରେ ପାଳନ କରିଥିଲେ । ଜୟନ୍ତୀ ପାଳନ ଅବସରରେ ଶାଖା ପରିଚାଳକ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଏକ କେକ୍‌ କାଟି ଶୁଭେଚ୍ଛା ଜଣାଇଥିଲେ । ୧୯୪୩ ମସିହା ଜାନୁଆରୀ ୬ ତାରିଖରେ ଜଣେ ଭାରତୀୟ ଶିଳ୍ପଦ୍ୟୋଗି ଗି.ଡି ବିରଳାଙ୍କ ଦ୍ୱାରା ୟୁନାଇଟେଡ୍‌ କମରସିଆଲ ବ୍ୟାଙ୍କ(ୟୁକୋ ବ୍ୟାଙ୍କ) ପ୍ରତିଷ୍ଠା ହୋଇଥିଲା । ସେବେଠାରୁ ଜାନୁଆରୀ ୬ ତାରିଖକୁ ପ୍ରତିଷ୍ଠା ଦିବସ ରୂପେ ସାରା ଭାରତରେ ପାଳନ ହୋଇଆସୁଛି । ବ୍ୟାଙ୍କର ବିଭିନ୍ନ ସେବାମୂଳକ ଯୋଜନା ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକମାନଙ୍କୁ ଅବଗତ କରାଇବା ସହ ମିଠା ଖୁଆଇ ଉତ୍ସବ ପାଳନ କାରିଥିଲେ । ସନ୍ନିକଟ ଶଙ୍ଖପାଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇ ବ୍ୟାଙ୍କ ଶାଖା ପକ୍ଷରୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶାଖା ପାରିଚାଳକ ଶ୍ରୀ ପ୍ରଧାନ ଧନ୍ୟବାଦ ଅପର୍ଣ କରିଥିଲେ ।

jayashree
Leave A Reply

Your email address will not be published.