ପଖନମୁଣ୍ଡା ସ୍କୁଲରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତ ପଖନମୁଣ୍ଡା ୟୁ.ପି. ସ୍କୁଲରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ବିଶ୍ୱେଶ୍ୱର ମୁଦୁଲି ଓ ନରେଶ ତାଣ୍ଡି ଉପସ୍ଥିତ ଥିଲେ । ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ଛାତ୍ର ସୁନୀଲ ବେହେରା ଓ ଲଳିତ ବାଗ କନିଷ୍ଠ ବିଭାଗରେ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବାରୁ ତାଙ୍କୁ ପ୍ରମାଣ ପତ୍ର ଓ ସ୍କୃତିଫଳକ ଦିଆଯାଇଥଲା ।

Leave A Reply

Your email address will not be published.