pakka

ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ଡ. ଆମ୍ବେଦକର କ୍ଲବ ଆୟୋଜନରେ ଜ୍ୟୋତିଷ କୁମାର ମୁଗ୍ରୀଙ୍କ ସଭାପତିତ୍ୱରେ ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ସ୍ଥାନୀୟ ଢୋଲମହୁରୀ ଭବନ ଠାରେ ବ୍ଲକ ସ୍ତରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ତରଣୀସେନ ଦୀପ ଯୋଗ ଦେଇ ଡ. ଆମ୍ବେଦକରଙ୍କ ୫ ଗୋଟି ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁତି ସୁନା, ସତ୍ୟାନନ୍ଦ ସୁନା, ଦେବାଶିଷ ବାଗ, ରଘୁ ସୁନା, ପ୍ୟାରିଲାଲ ନାଗ, ରାଜାରାମ ନାଗ, ଭୁଗ ମୁଗ୍ରୀ, ମନୋରଂଜନ କୁମ୍ଭାର, ସୁଶାନ୍ତ ମଲ୍ଲିକ, ହରି ନନ୍ଦ, ଅକ୍ଷୟ କୁମ୍ଭାର ପ୍ରମୁଖ ଶ୍ରଦ୍ଧାଞ୍ଜଳି ମନ୍ତବ୍ୟ ରଖିଥିଲେ । ଶେଷରେ ଆବାହକ ବିନୋଦ ମୁଗ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

3 + 11 =