csstore

ପଦ୍ମପୁର ଶ୍ରୀ ଗୋପାଳଜୀ ମନ୍ଦିରରେ କୃଷ୍ଣ ଜନ୍ମୋତ୍ସୋବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂସାରକୁ ପାପମୁକ୍ତ ତଥା ଜଗତର ଉଦ୍ଧାର ପାଇଁ ଯିଏ ଦ୍ଵାପରରେ ଜନ୍ମ ନେଇ ସାରା ବିଶ୍ୱରେ ପ୍ରେମ ଓ ସଦ୍ଭାବନାର ସଂଚାର କରିଥିଲେ, କୁରୁକ୍ଷେତ୍ରର ବିକଟ ରଣାଙ୍ଗନରେ ଯିଏ ଧର୍ମ ରକ୍ଷା ପାଇଁ ଶସ୍ତ୍ର ଧାରଣ କରିବାକୁ ଅର୍ଜୁନଙ୍କୁ ଗୀତାର ମହାଜ୍ଞାନ ଦେଇଥିଲେ, ଯାହାଙ୍କୁ କିଏ ରଣଛୋଡ଼ କହେ ତ କିଏ ଦ୍ଵାରିକାନାଥ କିନ୍ତୁ ସାରା ବିଶ୍ୱ ଯାହାଙ୍କୁ ପ୍ରଥମ ଜଗତ ଗୁରୁ ଭାବେ ପୂଜି ଥାଏ, ଯାହାଙ୍କ ପ୍ରେମରେ ସମସ୍ତେ ବୁଡି ରହିଥାନ୍ତି ସେହି ଦେବକୀ ନନ୍ଦନ ବାସୁଦେବ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସୋବ ଉପଲକ୍ଷେ ପଦ୍ମପୁର ଶ୍ରୀ ଗୋପାଳଜୀ ମନ୍ଦିର ପୂଜା କମିଟି ତରଫରୁ ବହୁ ଆଡମ୍ବରରେ କୃଷ୍ଣ ଜନ୍ମୋତ୍ସୋବ ପାଳନ ହୋଇଯାଇଛି । ଏହି ଅବସରେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପଠନ ସହ କୁନି କୁନି ଶିଶୁଙ୍କୁ ରାଧା କୃଷ୍ଣ ରୂପରେ ସଜେଇ ବୃନ୍ଦାବନର ବିଭିନ୍ନ ଦୃଶ୍ୟ ନାଟକୀୟ ଭଙ୍ଗୀରେ ପ୍ରସ୍ତୁତ କରାଯିବା ସହ ଶ୍ରୀକୃଷ୍ଣ ଜନ୍ମ ଓ ବାସୁଦେବ କାରାଗାରରୁ କୃଷ୍ଣଙ୍କୁ ନେଇ ଯିବା ବେଳେ ଉଗ୍ରସେନ ମହାରାଜଙ୍କ ସହ ସମ୍ବାଦ ଆଦି ଦୃଶ୍ୟ ଭକ୍ତଙ୍କୁ ବେଶ ବିମୋହିତ କରିଥିଲା । ଏହା ସହ ଶ୍ରୀ ଗୋପାଳଜୀ ମନ୍ଦିର ପୂଜା କମିଟି ତରଫରୁ ବାଲ ଗୋପାଳଙ୍କର ଦୋଳି ଦୋଳନ ସହ ସଂକୀର୍ତ୍ତନ ଭଜନ ସନ୍ଧ୍ୟାର ମଧ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇ ଉତ୍ସବର ଭକ୍ତିପୂର୍ଣ୍ଣ ଆନନ୍ଦ ନେଇଥିଲେ ।

jayashree
Leave A Reply

Your email address will not be published.