csstore

ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତ ଗିରଫ

  • ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳୁ ସୁଦପଡ଼ା ନିବାସୀ ଅଜୁ ଦୋରା (୨୫)ଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା । ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ୨ ଅଭିଯୁକ୍ତ ଶୁକ୍ରବାର ସକାଳେ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି । ଏହି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ତଦନ୍ତ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପାରିବାରିକ କଳହରୁ ହତ୍ୟା ଷଡ଼ଯନ୍ତ୍ର କରାଯାଇଥିବା ସ୍ପଷ୍ଟ ହୋଇଛି । ଗତ ୧୬ ତାରିଖ ଭୋର୍‌ ସକାଳୁ ହସ୍ପିଟାଲ କ୍ୟାମ୍ପସରେ ଇଡଲି ଠେଲା ଲଗାଇବା ଉଦ୍ଦେଶ୍ୟରେ ଏକ ସ୍କୁଟିରେ ନିଜ ମାଆଙ୍କୁ ନେଇ ଆସୁଥିବା ବେଳେ ହସ୍ପିଟାଲ ପରିସର ସିକ୍ୟୁରିଟି ଅଫିସ ସମ୍ମୁଖରେ ହେଲମେଟ ପିନ୍ଧି ପୂର୍ବରୁ ଛପି ରହିଥିବା ଦୁଇ ଜଣ ଯୁବକ ଅଜୁଙ୍କୁ ଖଣ୍ଡାରେ ହାଣି ଦେଇଥିଲେ । ଆକ୍ରମଣକାରୀମାନେ ଅଜୁଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆଜି ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ଏହି ହତ୍ୟାକାଣ୍ଡ ସମ୍ପର୍କରେ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.