ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଟିକ୍ରାପଡା ଗାନ୍ଧୀ ପାଠାଗାରରେ ତିନିଦିନ ଧରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହୋଇଯାଇଛି । ଭାରତ ସ୍ୱାଧୀନତାରେ ମହାତ୍ମା ଗାନ୍ଧୀଙ୍କ ଉତ୍ସର୍ଗୀକୃତ ଅବଦାନ ବିଷୟରେ ବକ୍ତୃତା ଆୟୋଜନ କରିବା ସହ ସୁବାଷ ବୋଷ, ପଣ୍ଡିତ ଜବାହରଲାଲ ନେହେରୁ ତଥା ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନ ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ । ପ୍ରାତଃ ୬ ଘଣ୍ଟା ସମୟରୁ ରାମଧୁନ ଗାନ କରିବା ସହ ସକାଳ ଘ.୮ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ ପାଠାଗାରର ସମସ୍ତ ସଭ୍ୟ ତଥା ସମ୍ପାଦକ ପ୍ରଦୀପ ସାହୁ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ପତାକା ଉତ୍ତୋଳନ କରିଥିଲେ । ବିଡିଜିଏ ସମ୍ପାଦକ ସଂଗ୍ରାମ ବହିଦାର ଏହି ଉତ୍ସବରେ ଯୋଗଦାନ କରି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପାଠାଗାର ତରଫରୁ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।