jayashree

ବି ଡ଼ି ଆଇ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ସିଭିକ୍‌ସେଣ୍ଟର ଠାରେ ଆୟୋଜିତ ବିଡ଼ିଆଇ ବାର୍ଷିକ ଉôସବ ଅବସରରେ ଓଡ଼ିଆ କଳା, ସଂସ୍କୃତି ଓ ସମାଜ ସେବାର ଏକ ଭବ୍ୟ ସମାଗମ ଦେଖିବାକୁ ମିଳିଥିଲା । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନେକ ଓଡ଼ିଆ କଳାକାର ନୃତ୍ୟ, ସଙ୍ଗୀତ ଓ ସାହିତ୍ୟ ମାଧ୍ୟମରେ ନିଜ ଅପାର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଦର୍ଶକମାନେ ଓଡ଼ିଆ ସଂସ୍କୃତି ପ୍ରତି କଳାକାରମାନଙ୍କର ଅତୁଟ ଭଲପାଇବା ଦେଖି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ । ଏହି ଅବସରରେ ସବୁଠାରୁ ବିଶେଷ ଆକର୍ଷଣ ଥିଲା ବହୁବର୍ଷ ଧରି ସମାଜସେବା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ଆନ୍ତର୍ଜାତୀୟ ମାନବାଧିକାର ବାହିନୀର ସକ୍ରିୟ ସଦସ୍ୟମାନଙ୍କର ସମ୍ମାନ । ଏହି ସଂଗଠନ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇପାରିଛି । ସଂସ୍ଥାର ସଂସ୍ଥାପକ ଓ ଅଧ୍ୟକ୍ଷ ବିଶ୍ୱଜିତ ମଲ୍ଲିକଙ୍କୁ ଜଣେ ନିଷ୍ଠାବାନ ଦେଶପ୍ରେମୀ, ଉଚ୍ଚଶିକ୍ଷିତ ଓ ପ୍ରକୃତ ସମାଜସେବୀ ଭାବେ ସମସ୍ତେ ପ୍ରଶଂସା କରିଥିଲେ । ତାଙ୍କର ନିଷ୍ଠାପୂର୍ଣ୍ଣ ଓ ନିଃସ୍ୱାର୍ଥ ଜନକଲ୍ୟାଣମୂଳକ କାର୍ଯ୍ୟକଳାପ ପାଇଁ ରାଜ୍ୟର ଅନେକ ଶିକ୍ଷିତ ନବଯୁବକ ଓ ଯୁବପିଢ଼ି ତାଙ୍କୁ ଅନୁସରଣ କରୁଛନ୍ତି । ସଂଗଠନର ମାନବିକତା ଭିତ୍ତିକ ସମାଜ ସେବା କାର୍ଯ୍ୟ ଅନେକଙ୍କୁ ପ୍ରଭାବିତ କରିଛି । କାର୍ଯ୍ୟକ୍ରମରେ ମଂଚ ଉପରେ ସଂଗଠନର ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଓଡ଼ିଆ କଳା, ସାହିତ୍ୟ, ସଙ୍ଗୀତ ଓ ପାରମ୍ପରିକ ସଂସ୍କୃତି ହେଉଛି ଆମ ରାଜ୍ୟର ଗୌରବ ଓ ପରିଚୟ ବୋଲି ମତ ପ୍ରକାଶ ପାଇଥିଲା । ଏହାକୁ ସୁରକ୍ଷିତ ରଖିବା ସହ ନୂତନ ପିଢ଼ୀଙ୍କ ମଧ୍ୟରେ ପହଂଚାଇବାକୁ ସମସ୍ତଙ୍କର ପ୍ରମୁଖ ଦାୟିତ୍ୱ ବୋଲି ଉଲ୍ଲେଖ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କଳାକାରଙ୍କୁ ଉତ୍ସାହିତ କରିବା ସହିତ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା ପାଇଁ ସମସ୍ତଙ୍କୁ ଏକତ୍ର ହୋଇ କାମ କରିବାକୁ ଆହ୍ୱାନ କରାଯାଇଥିଲା । ଆମ ମାଟିର ସୁଗନ୍ଧ, ଆମ ଭାଷାର ମାଧୁର୍ଯ୍ୟ ଓ ଆମ ସଂସ୍କୃତିର ମହାନତା ସାରା ଦେଶରେ ପ୍ରସାରିତ ହେଉ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ । ସର୍ବଶେଷରେ ଏପରି ସୁନ୍ଦର ଓ ସଫଳ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମସ୍ତ ଆୟୋଜକମାନେ ସାଧୁବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.