
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲ୍ଲାଡ ଗ୍ରାମ ଆଶ୍ରମର ପରମପୂଜ୍ୟ ଜଗତ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ୪୬ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ଫାଲଗୁନ୍ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଗତ ୬ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ କରମଳା ଶାନ୍ତି ଆନନ୍ଦାଶ୍ରମର ପୂଜ୍ୟ ଆଚାଯ୍ୟଦେବଙ୍କ ଆଦେଶନୁଯାୟୀ ବିଧିବଦ୍ଧ ଭାବେ ସମାହିତ ହୋଇଯାଇଛି । ମଲ୍ଲାଡ ଗ୍ରାମର ପବିତ୍ର ଏହି ଆଧ୍ୟାତ୍ମିକ ଜାଗରଣ ସମାବେଶରେ ଆଶ୍ରମର ପୂଜ୍ୟ ବାବା ଶ୍ରୀ ରସାନନ୍ଦ ଦାସ ମହାରାଜଙ୍କ ତତ୍ତ୍ଵାବଧାନରେ ଠାକୁରଙ୍କର ବାର୍ଷିକ ଉତ୍ସବ ତଥା ଏକୋଇଶିଆ ପର୍ବ ମହାସମାରୋହରେ ପାଳନ କରାଯାଇଥିଲା ।ଏହି ଉତ୍ସବରେ କରମଳା ଶାନ୍ତି ଆନନ୍ଦାଶ୍ରମର ପୂଜ୍ୟ ବରିଷ୍ଠ ସାଧୁସନ୍ଥ ଏବଂ ଅନ୍ୟ ସାଧୁ ସନ୍ଥମାନେ ଯୋଗଦେବା ସକ୍ରୀୟ ଅଂଶଗ୍ରହଣ କରିଥିଲେ । କବିରାଜ ସ୍ୱାଇଁ, ବି. ଜାଗାନାଇକୁଲୁ, ପଦ୍ମା ବାଡତ୍ୟା, ଅରୁଣ ମହାରଣା, ବିଜୟ ସେନା, ବାଉରୀ ସେଠୀ ପ୍ରମୁଖ ବହୁ ସହଯୋଗୀ ଉତ୍ସବରେ ସହଯୋଗ କରିଥିଲେ । ଅଗଣିତ ଭକ୍ତ ଗୋଷ୍ଠୀ ଯୋଗଦେଇ ଆନନ୍ଦ ବଜାରରେ ଅନ୍ନପ୍ରସାଦ ଭୋଗରେ ଆପ୍ୟାୟିତ ହେବା ସାଂଗକୁ ଭଗ୍ବତ କୃପାଲାଭ କରି ଖୁସିବ୍ୟକ୍ତ କରିଛନ୍ତି ।