csstore

ନଗର କଂଗ୍ରେସ ପକ୍ଷରୁ କଂଗ୍ରେସର ୧୪୧ତମ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ୧୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଂଗ୍ରେସର ମହାପୁରୁଷମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପରେ ଗାନ୍ଧୀନଗର ପଡାସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଉପସ୍ଥିତ ନେତୃମଣ୍ଡଳି ଅଖଣ୍ଡ ଭାରତ ନିର୍ମାଣରେ କଂଗ୍ରେସର ୧୪୧ ବର୍ଷର ତ୍ୟାଗ ଏବଂ ବଳିଦାନ ବିଷୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ଉମାଶଙ୍କର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଜୁଲୁ ପଟ୍ଟନାୟକ, ଅଜୟ ବାଲି, ଅସୀତ ମିଶ୍ର, ସାନନ୍ଦ ମିଶ୍ର, ସମୀର କୁମ୍ଭାର, ସୀତାରାମ କୁମ୍ଭାର, କୈଳାସ ମିଶ୍ର, ଦିପନ ଯୋଷୀ, ନାସିର ଖାନ, ଅଙ୍କିତ ସାହୁ, କିରଣ ସେଠ, ଚିନ୍ମୟ ବେହେରା, ରଶ୍ମି ରଂଜନ ପ୍ରଧାନ, ସୁମନ ସ୍ୱାଇଁ, ସୋହନ ନାଏକ, ଲଳିତ ପଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.