jsm

ବାଙ୍କିପାଲି ହାଇସ୍କୁଲରେ ବନ ମହୋତ୍ସବ ପାଳିତ

csstore

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କିପାଲି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବନ ମହୋତ୍ସବର ଗୁରୁତ୍ୱ, ପରିବେଶ ସୁରକ୍ଷା, ପରିବେଶକୁ ସ୍ୱଚ୍ଛ ଏବଂ ସୁନ୍ଦର ରଖିବାକୁ ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦିଆଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ମୁଖ୍ୟ ଅତିଥି ଭାବରେ ଉତ୍ସବରେ ଯୋଗଦାନ କରିଥିଲେ । ସାଧନ କର୍ମି ତଥା ସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ହୃଷିକେଶ ଡାଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷକ ଠଣ ସୁନ୍ଦର ସାହୁ, ସଂଜିବ କୁମାର ସାହୁ, ଗୋବିନ୍ଦ ପଧାନ, ତମାଳ ଭୋଇ, ତଖଳିତ ପଧାନ ଏବଂ ଜୁନିଅର ରେଡକ୍ରସ ୟୁନିଟର ଆଦ୍ୟାସା ସାହୁ, ସ୍ମୃତିରେଖା ଭୋଇ, ମିନୁ ପଧାନ, ଶ୍ରାବଣୀ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟ ପରିସରରେ ନିମ୍ବ, ଶାଗୁଆନ, ଶାଳ ଏବଂ ଔଷଧିୟ ଗଛର ପ୍ରାୟ ୨୦ ଗୋଟି ଚାରା ରୋପଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.