csstore

ବଙ୍ଗୋମୁଣ୍ଡାରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଜି ବିଶ୍ୱ ପାଳନ କରୁଛି ଯୋଗ ଦିବସ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଖେଳ ପଡିଆରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏଥିରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ସିଡିପିଓ, ଏପିଓ, ଜିପିଇଓ, ବିପିଏମ୍‌ ପ୍ରମୁଖଙ୍କ ସହ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଅଙ୍ଗନୱାଡି, ଆଶା କର୍ମୀ, ଏମ୍‌ବିକେ, ସିଆର୍‌ପି ସହ ବିଭିନ୍ନ ସ୍ୱେଛାସେବୀ ସଂଗଠନ ସଦସ୍ୟ ଓ ବ୍ଲକର କର୍ମୀଚାରୀ ଉପସ୍ଥିତ ରହି ଯୋଗ କରିଥିଲେ । ନିଜ ପାଇଁ ଏବଂ ସମାଜ ପାଇଁ ନିୟମିତ ଯୋଗ କରିବା କଥା ବୋଲି ବିଧାୟକ କହିଥିଲେ । ଏଥିରେ ବ୍ଲକ କର୍ମଚାରୀମାନେ ସହ ଯୋଗ କରିଥିଲେ ।

jayashree
Leave A Reply

Your email address will not be published.