jayashree

ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ : ଯୋଗ ଦେଲେ ଜିଲ୍ଲାପାଳ ଓ ଏସ୍‌ପି

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଆଜି ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ମାର୍ଗ ଦର୍ଶକ। ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରିବା ବରିଷ୍ଠ ନାଗରିକ ଦିବସ ପାଳନ କରିବାର ମୂଳଲକ୍ଷ୍ୟ ବୋଲି ଶୁକ୍ରବାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥିମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼. ପ୍ରଫୁଲ୍ଲ ରଥ ମଞ୍ଚାସୀନ ହୋଇ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢ଼ୀ, ଧନୁ ପ୍ରଧାନ ଓ ଭୀମସେନ ପାଣିଗ୍ରାହୀଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୋଲିସ୍ ପ୍ରଶାସନ ତରଫରୁ ୩୦ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ଏଥିରେ ସ୍ଥାନୀୟ ଥାନା ଅଧିକାରୀ ଯଯାତି କେଶରୀ ସାହୁଙ୍କ ସମେତ ଆରକ୍ଷୀ ବାହିନୀ ସହଯୋଗ କରିଥିଲେ । ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ନାୟକଙ୍କ ଦ୍ୱାରା ଅନୁଷ୍ଠାନକୁ ପ୍ରଦତ୍ତ ଏଆର୍ କଣ୍ଡିସନର୍ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରାମଚନ୍ଦ୍ର ଶତପଥୀଙ୍କ ରଚିତ “ମୋ ବନ୍ଦୀ ଜୀବନ” ପୁସ୍ତକକୁ ତାଙ୍କ ପୁତ୍ର ପ୍ରଶାନ୍ତ ଶତପଥୀ ଅତିଥି ମାନଙ୍କୁ ପ୍ରଦାନ କରିଥିଲେ । ସଂପାଦକ ଡ଼. ଦ୍ୱିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ନିମାଇଁ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା, ଚମରା ମହାକୁର, ସୁରୁ ସାହୁ, ଶ୍ୟାମସୁନ୍ଦର ସେଠି, ଅକ୍ଷୟ ମିଶ୍ର, ରାଧେଶ୍ୟାମ ପୁରୋହିତ, ଜୀତେନ୍ଦ୍ର ପ୍ରଧାନ, ବଳରାମ କାଣ୍ଡ ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.