jayashree

ରୋଟାରୀ କ୍ଲବ୍ ଷ୍ଟିଲ୍ ସିଟି ଦ୍ୱାରା ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଆଜି ଦତ୍ତକ ବିଦ୍ୟାଳୟ ବିଶ୍ୱଭାରତୀ ବିଦ୍ୟା ମନ୍ଦିର, ଗୋଲଘର ଠାରେ ସ୍ୱାଧୀନତା ଦିବସ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା । କ୍ଲବ୍ ଅଧ୍ୟକ୍ଷା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ଗୀତ, ନୃତ୍ୟ ଓ ଡ୍ରିଲ୍ ପ୍ରଦର୍ଶନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଏବଂ ସମସ୍ତ ପିଲାଙ୍କୁ ଜଳଖିଆ ଓ ଚକ୍‌ଲେଟ୍ ବିତରଣ କରାଯାଇଥିଲା । ଏହି ଅବସରରେ ରୋଟାରୀୟନ୍ ନିବେଦିତା ମହାନ୍ତି ଜଣେ ମେଧାବୀ ଛାତ୍ର ଆମନ୍‌ଙ୍କୁ ୪୦୦୦ ଟଙ୍କାର ବୃତ୍ତି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସରିତାମଲ, ସମ୍ପାଦିକା ନମିତା ଓ ଅନ୍ୟ ରୋଟାରୀୟନ୍‌ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.